Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Others

3  

Pankajini Upadhaya

Others

ଶିଶୁ ସକାଳ

ଶିଶୁ ସକାଳ

1 min
6.8K



ପଙ୍କଜିନୀ ଉପାଧ୍ଯାୟ ( ମିତା )

ଅରଙ୍ଗାବାଦ

◆◆◆◆◆◆◆◆◆◆

ଶିଶୁ ସକାଳଟି ଶିଶିରରେ ଭରା

ଆଖି ମିଟି ମିଟି କରୁଛି

ଘନର ବାଦଲ ଘୋଡାଇ ରଖିଛି

ବର୍ଷା ଟିପି ଟିପି ପଡୁଛି।

ସଦ୍ଯଜାତ ସତ୍ୟ ଦୁନିଆ ଦେଖିନି

ଅନ୍ଧାରରେ ସ୍ବପ୍ନ ଦେଖୁଛି

କଳ୍ପନାର ନେତ୍ର ଜୀବନର ସୂତ୍ର

ଆଶାର ଆଲୋକ ଜାଳୁଛି।

ମହରମ ପର୍ବ ଆଲ୍ଲା ଆକବର

ଶବଦ କାନରେ ପଡୁଛି

ଆଖି ନ ଖୋଲିକି ଅନୁଭବ ତା'ର

କୃଷ୍ଣଙ୍କ ନାମକୁ ଧ୍ଯାୟୁଛି।

କୃଷ୍ଣ ଆଲ୍ଲା ରାମ ରହିମ କାଳିଆ

ସବୁ ଏକାଏକା ଲାଗୁଛି

ଶିଶୁ ମନ ତା'ର ନାହିଁ ତ ବିଚାର

ଧର୍ମରେ ବିଭେଦ ରହୁଛି।

ଜଗନ୍ନାଥ ଦେବ ମନ୍ଦିରରେ ଘଣ୍ଟ

ଆଳତୀର ଧ୍ବନି ଶୁଭୁଛି

ହାତ ଟେକି ସିଏ ପ୍ରଣାମ କରୁଛି

ହୃଦୟ ଦ୍ବାରରେ ନାଚୁଛି।

ଶୁଭ ଶୁଭ ଲାଗେ ଶିଶୁର ବେଳାଟି

ଅମୃତ ମନରେ ଭରିଛି

ଆଖି ଖୋଲିଲେ ସେ କ'ଣ ଦେଖିବ

ଏଇ କଥା ମନେ ଭାବୁଛି।

ଦରୋଟି ଓଠରୁ ହସତା ଫୁଟୁଛି

ସ୍ବପ୍ନର ସାଗରେ ଭାସୁଛି

ସରଳ ମନଟି ଗରଳ ପିଇନି

ଅମୃତରେ ମଗ୍ନ ରହିଛି।

ସବୁ ପବିତ୍ରତା ବହନ କରିକି

ପବିତ୍ର ପବିତ୍ର ବାସୁଛି

ଭାବୁଅଛି ଆଲ୍ଲା ସେ ଜଗାକାଳିଆ

ଧରାପରେ ଦେଖ ଆସୁଛି।


Rate this content
Log in