ଅନ୍ତଃସ୍ୱର-୭୦
ଅନ୍ତଃସ୍ୱର-୭୦
ବେଳେବେଳେ ମନେ ପକାଇବାକୁ
ପୁଣିଥରେ
କିଛି ସମୟ ପାଇଁ ଭୁଲିବାକୁ ପଡେ
ନିଜର ସାମଗ୍ରିକ ସତ୍ତା
ଯେତେବେଳେ
ହଜାଇ ଦିଏ ନିଜ ପରିଚୟ
ଦୃଷ୍ଟିଗୋଚର ହୁଏ
ପ୍ରତିବିମ୍ବ
ନିଜର ଅନ୍ୟ କେଉଁ ଏକ
ହୃଦୟ କନ୍ଦରେ,
ବେଳେବେଳେ ଭୁଲିବାକୁ
ପଡେ
କିଛି ସମୟ,ପାଇଁ
ପୁଣିଥରେ
ମନେ ପକାଇବାକୁ---------!
©®କାଶ୍ୟପ,ରାୟଗଡା