Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Inspirational

1.6  

Amulya Kumar Panda

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
7.9K


 ଚୁନି ଚୁନି ସୁନା ଫୁଲ

ଶିଶୁ ଆମେ କଳିକା

କୁନି କୁନି ଓଠୁ ଝରେ

କଥା ମଧୁ ଭଳିକା ।

ଆମେ ସବୁ ହସିଦେଲେ

ହସି ଉଠେ ମରତ

ଆମେ ନଥିଲେ ସୁନ୍ଦର

ଦିଶେ ନାହିଁ ଘରତ ।

ଆମେ କୁନି ପ୍ରଜାପତି

ଯିବୁ ବାସି ଚହଟି

ମାଆ ମାଟି ପାଇଁ ସେବା

କରି ଯିବୁ ଝଅଟି ।

ମନ ଆମ ନିରିମଳ

ନାହିଁ ଟିକେ ଅଳିଆ

ଖେଳା କୁଦା ଡିଆଁ ଡେଇଁ

ସବୁ ଏକା ଭଳିଆ ।

ଗୋପ ଗାନ୍ଧୀ ନେହୁରୁଙ୍କ

ଆଦର୍ଶକୁ ପାଳିବୁ

ସତ୍ ଭାବନାରେ ଆମେ

ମିଥ୍ୟା ଦ୍ବେଷ ଜାଳିବୁ ।

ପାଠ ପଢି ଦୁନିଆଁର

ସବୁ କଥା ଜାଣିବୁ

ଅସମତା ଦୂର କରି

ସମାନତା ଆଣିବୁ ।

ଗରୁଜନ କଥା ମାନି

ଭଲ ପିଲା ହୋଇବୁ

ଦୁଃଖୀ ରଙ୍କୀ ସେବା କରି

ମୁହେଁ ଦାନା ଖୋଇବୁ ।

ଶତ୍ରୁ କବଳରୁ ଆମେ

ଦେଶ ରକ୍ଷା କରିବୁ

ଦରକାର ହେଲେ ପୁଣି

ହାତେ ଅସ୍ତ୍ର ଧରିବୁ ।

ସୀମା ଆର ପାରିକୁ ଯେ

ଶତ୍ରୁ ଦେବୁ ହଟେଇ

ଦରକାର ହେଲେ ଆମେ

ଦେବୁ ମୁଣ୍ଡ କଟେଇ ।

ଦେଶ ସେବା କରି ଆମେ

ରଖି ଯିବୁ ନାମକୁ

ଯେତେ କଷ୍ଟ ହେଉ ପଛେ

କରି ଯିବୁ କାମକୁ ।

ଆମେ ଶିଶୁ କଳିକା ଯେ

ଭବିଷ୍ୟତ ଦେଶର

ଲକ୍ଷ୍ୟ ଆମ ଏକ ସବୁ

ରୂପ ଭିନ୍ନ ବେଶର ।

ଆଜି ଶିଶୁ ଦିବସରେ

ଶପଥ ଯେ ଗୋଟିଏ

ଦେଶ ପାଇଁ ବଢି ଯିବୁ

ଗୋଟିଏରୁ କୋଟିଏ ।

#ଅମୂଲ୍ୟ #କୁମାର #ପଣ୍ଡା


Rate this content
Log in

Similar oriya poem from Inspirational