Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Romance

2  

Debabrata Jena

Romance

ପ୍ରିୟ

ପ୍ରିୟ

1 min
6.9K


କାହିଁକି କେଜାଣି ତୁମ ବିନା ମୁଁ ଯେ ଭାରି ବିଚଳିତ ହୁଏ

ପାଖେ ଥିଲେ ପ୍ରିୟା ତୁମ ମହକରେ ହୃଦେ ମକରନ୍ଦ ବହେ ।।

କି ଅଭିସନ୍ଧିରେ ପାଶୋରିଲ ପ୍ରିୟା ଏକଥା ତୁମକୁ ଜଣା

ତୁମ ନୀରବତା କେବେ କେବେ ମୋତେ କରିଦିଏ ବାଟବଣା ।।

ସପନର ରାଣୀ ଦେଲକି ମେଲାଣି ବସିଛି ପାଲିଙ୍କି ପାରି

କଳ୍ପନାର ଶୌଧ ,ସ୍ମୃତିର ମହଲ ସାଉଣ୍ଟୁଛି ନିତି ଝୁରି ।।

କେଉଁ ଅଭିମାନେ ଅପସରି ଗଲ ଆଘାତ ଲାଗୁଛି ମୋତେ

ତୁମ କଥା କେବେ ମନେ ପକାଇଲେ କେତେ ଝୁରି ହୁଏ ସତେ ।।


Rate this content
Log in

Similar oriya poem from Romance