Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy

3  

Prasant Kumar Nath

Tragedy

ଫେରେଇ ଦେବୁକି ମୋତେ ?

ଫେରେଇ ଦେବୁକି ମୋତେ ?

1 min
135



ଭୁଲି ଯିବା ପାଇଁ କହିଦେଲୁ ପ୍ରିୟା

ଭୁଲି ମୁଁ ଯିବି ଲୋ ତୋତେ

ତୋ ସାଥିରେ ଯେତେ ସମୟ ସାରିଛି

ଫେରେଇ ଦେବୁକି ମୋତେ ?


ଗୋଟି ଗୋଟି କରି ସବୁ ମୁଁ ରଖିଛି

ଦେଇଥିଲୁ ଯାହା ଯେତେ

ହିସାବ ନଥିବ ପାଖରେ ତୋହର

ତୋତେ ମୁଁ ଦେଇଛି କେତେ ।


ଦେଇଥିବା ସବୁ ଉପହାର ପ୍ରିୟା

ପରସି ଦେବି ତୋ ହାତେ

ଯେତିକି ପ୍ରେମ ମୁଁ ଦେଇଥିଲି ତୋତେ

ଫେରେଇ ଦେବୁକି ମୋତେ ?


ଦେଇଥିଲୁ ଯେଉଁ ହାତ ଘଣ୍ଟାଟିକୁ

ଆଜିବି ପିନ୍ଧିଛି ହାତେ

ହେଲେ ଜାଣି ନାହିଁ ସାଥିରେ ତୋହର

ସମୟ ସାରିଛି କେତେ ।


ଦେଇଥିବା ସବୁ ନାଲି ଗୋଲାପକୁ

ରଖିଅଛି ଡାଏରୀରେ

ଦେଇଦେବି ସେହି ଝାଉଁଳା ଗୋଲାପ

ଗୋଟି ଗୋଟି ତୋ ହାତରେ ।


ଦେଇଥିଲୁ ଯେଉଁ ବୁଣା ରୁମାଲଟି

ସେମିତି ରହିଛି ନୂଆ

ଖାଲି ଯା ଆଙ୍କିଛି କେତୋଟି ଚୁମ୍ବନ

ଥିଲା ବୋଲି ତୋର ଛୁଆଁ ।


ରଖିବିନି କିଛି ଯାହା ଦେଇଥିଲୁ

ସବୁ ଫେରେଇବି ତୋତେ

ହାସଖୁସି ଯେତେ ଥିଲା ମୋ ଜୀବନେ

ଫେରେଇ ଦେବୁକି ମୋତେ ।

******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର


Rate this content
Log in

Similar oriya poem from Tragedy