ବୈଚିତ୍ର୍ୟ ଭାରତ ବର୍ଷ
ବୈଚିତ୍ର୍ୟ ଭାରତ ବର୍ଷ
ଏଇ ଆମ ଦେଶ ଉପ ମହାଦେଶ
ବୈଚିତ୍ର୍ୟ ଭାରତ ବର୍ଷ
ଦେଇଥିଲା ଦିନେ ଜ୍ଞାନାଲୋକ ସିଏ
ଖ୍ୟାତି ଦେଖିଥିଲା ବିଶ୍ୱ
ଆହାରେ ଦୁର୍ଭାଗ୍ୟ ଆସିଲା କେଉଁଠୁ
ନିଜ ହାତେ ନେଉ ବିଷ
କହି ପାରୁନି ସେ କାହାକୁ ବି ଆଜି
ପରାଧୀନ ପରାବେଶ।
ନାହିଁ ନିତି ଆଉ ଚାଲିଛି ଦୁର୍ନୀତି
ଏବେ ଏହି ମହାନିତି
ସବୁଠାରୁ ହୀନ ହେଲାଣି ଯେ ଗତି
ଆମ ଏଇ ରାଜନୀତି।
ପାଇ ମଦ ମାଂସ ହେଲେଣି ରାକ୍ଷସ
ଲାଞ୍ଚ ବ୍ୟଭିଚାର ଧରି
ରହୁନାହିଁ କାର ହିତାହିତ ଜ୍ଞାନ
ଦେହ ଲୋଭ ମୋହେ ନାରୀ
ଏମିତି ଚଳିଲେ ରହିବକି ଆଉ
ଏ ଦେଶ ଆଗାମୀ ଶିଶୁ
ବର୍ତ୍ତମାନ ପିଢୀ ବିପ୍ଳବ ଆଣିଲେ
ପାପ ଯିବ ସିନା ଦେଶୁ।
ନିଜେ ହେବା ଭଲ କରୁଥିବା ଭଲ
ବିଶ୍ଵାସରେ ଦୃଢ ହୋଇ
ସଂକଳ୍ପ କରିବା ରାମରାଜ୍ୟ ପାଇଁ
ନିଲ୍ଲଜ ପଣକୁ ଧୋଇ।
ପ୍ରଶାନ୍ତ କୁମାର ହୋତା