Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଦାରୁବ୍ରହ୍ମ,ଅହିତରେ ହିତ

ଦାରୁବ୍ରହ୍ମ,ଅହିତରେ ହିତ

1 min
6.8K


ପୁଷ୍ପ ଗୁଚ୍ଛ ଉପହାର ମୋତେ
ଲୋଡ଼ା ନାହିଁ,
ଲୋଡ଼ା ତୁମ ହୃଦୟର
ତୁଳସୀ କଣିକା ।

ଷାଠିଏ ପଉଟି ଭୋଗ ମୋତେ
ଜଣା ନାହିଁ,
ମନ ଖୋଜେ ମମତାର
ତୁମରି ଅଇଁଠା ।

ବିପ୍ଳବ କରିବା ପାଇଁ ଜମା
ଶିଖି ନାହିଁ
ଶିଖିଛି ମୁଁ ସାଧନା ଓ
ଦୁର୍ବାର ସଂଗ୍ରାମ ।

ଦେଖା ପଣିଆରେ କେବେ ନୁହେଁ
ଦେଇଛି ମୁଁ
ଅନ୍ତରର ପ୍ରେମ ଭକ୍ତି
ହୃଦୟ କଣିକା ।

ଆନନ୍ଦ ବଜାର ଯାଇ କେବେ
କିଣି ନାଇଁ
ଖାଇବାକୁ ଅନ୍ନଭୋଗ,
ଅମୁଲ୍ୟ ପ୍ରସାଦ ।

ବାଇଶି ପାହାଚ ପରେ କେବେ
ବସି ନାହିଁ
ପାଇବାକୁ ତୁମ ଶୁଭ୍ର
ରୂପ ଦରଶନ ।

ମୋ'ହୃଦୟ ମନ୍ଦିରରେ ରଖି
ଦେଖୁଅଛି
ତୁମ ସେଇ ଦିବ୍ୟ ରୂପ
ଦିବ୍ୟ ଦରଶନ ।

ସନ୍ନ୍ୟାସୀ ନୁହେଁ ମୁଁ, ମାତ୍ର ଜଣେ
ସାଂସାରୀକ
ସଂସାରର ଜଞ୍ଜାଳରେ
ଜଞ୍ଜାଳ ଜର୍ଜିତ ।

କ୍ଷମଣିବ ଭୁଲିଯିବି ଯେବେ
ତୁମ ନାମ
ତୁମେ ପରା ଦାରୁବ୍ରହ୍ମ
ଅହିତରେ ହିତ ।


Rate this content
Log in