Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umasankar Sahu

Inspirational Others

3  

Umasankar Sahu

Inspirational Others

ମୌସୁମୀ

ମୌସୁମୀ

1 min
230


ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ...

ଶୁଷ୍କ ପଡିଛି ହୃଦୟ କନ୍ଦର

ତପ୍ତଭୂଇଁ ପ୍ରାୟେ ଜଳନେ ଆତୁର

ଅଶ୍ରୁଳ ଆବେଗ,

ନିଃସଙ୍ଗ ଆତ୍ମା,

ତର୍ଷିତ କଣ୍ଠ, ସ୍ୱାଗତ କରିବ ବାରେ.

ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ ।।

ବିରହ ବେଦନା ସହିହୁଏ ନାହିଁ

ଗ୍ରୀଷ୍ମ ସମ ଜ୍ୱାଳା ତହୁଁ ବଳି ଯାଇ

ସଂରକ୍ଷିତ ଇଛା,

ସଂଗୃହିତ ଆଶା,

ସମର୍ପିତ ପ୍ରେମ, ପୁରଣ ହେବକି ବାରେ ....

ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ ।।

ଚାତକ ଯେସନେ ଜିମୁତେ ଝୁରଇ

ତୁମେ ଆସିବାର ବାଟ ଅଛି ଚାହିଁ

ପୁଲକିତ ମନ,

ଏକାକୀ ହୃଦୟ,

ଷ୍ପନ୍ଦିତ ଓଠ, ତୁମରି ହିଁ ଅପେକ୍ଷାରେ....

ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ ।।


Rate this content
Log in

Similar oriya poem from Inspirational