କେମିତିକା ବନ୍ଧୁ
କେମିତିକା ବନ୍ଧୁ
ମୁଁ କେମିତିକା ବନ୍ଧୁଟିଏ କେଜାଣି,
ଚିହ୍ନି ପାରିଲିନି ମୋର ପ୍ରିୟର ବାନ୍ଧବୀକୁ
ଚିହ୍ନି ପାରିଲିନି କେମିତି ମୁଁ ତାକୁ
ନିଜେ ହିଁ ଅନ୍ଧାରର ନିକଞ୍ଚନାକୁ ଠେଲିଦେଲି ତାକୁ
ନଚିହ୍ନି ତାର ବନ୍ଧୁତ୍ୱର ବଳିଦାନକୁ ।
ଯନ୍ତ୍ରଣାରେ ଛଟପଟ ହେଇ, ମତେ ବଞ୍ଚା ବୋଲି କହି
କରୁଥିଲା ଯେତେବେଳେ ସେ ବିକଳରେ ଚିତ୍କାର
ମୂକ ଭଳି ଠିଆ ହୋଇ ମୁହିଁ ନୀରବରେ
ଦେଖୁଥିଲି ତାର ନିର୍ମମ ବଳାତ୍କାର ।
ଲୁଚାଇବାକୁ ଯାଇ ମୋର ଅପାରଗ ପଣିଆକୁ
ଧରିବି ଧରିବି ବୋଲି , ଧରିପାରୁନଥିଲି ମୁଁ ତାକୁ
କେବଳ ହିଁ ଦୂରରେ ରହି ସ୍ୱନେତ୍ରରେ
ଦେଖୁଥିଲି ତାର ଅସୁମାରୀ ଯନ୍ତ୍ରଣାକୁ ।
କେବଳ ସେଇଥିପାଇଁ ତ ହୋଇଯାଇଛି ମୁଁ ନିସ୍ଵ
ମନରେ ମୋର ଜମାଟ ବାନ୍ଧିଛି ଏବେ ଅସୁମାରୀ ଭୟ
ଆଖିରୁ ମୋର ବୋହିଯାଉଛି ଏବେ ବରଫ ପାଲଟିଥିବା
ସବୁତକ ପାଣି ପାଲଟି ଉଷୁମ ଲୁହ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର ,ମଧୁପାଟଣା