ଯନ୍ତ୍ର ମାନବ
ଯନ୍ତ୍ର ମାନବ
ତିନି ଭାଈଭଉଣୀ ବସିଥିଲେ ଜଙ୍ଗଲରେ
ଏକ କୁନିଶିଶୁ ଖେଳୁଥାଏ ତାଙ୍କ ସାଥିରେ
ଖେଳୁ ଖେଳୁ ଦେଖୀଦେଲା ଶିଶୁ କାହାକୁରେ
କିଏ ନୁହଁ ସିଏ ଏକ ଯନ୍ତ୍ର ମାନବରେ ॥
ଡରରେ ପିଲା ଯାଈ ମା'କୁ ଜାବୁଡି ଧରେ
କଣ ହେଲା କହି ବେନିଭାଈ ଉଠିଲେରେ
ନିଆଁ ମଶାଲ ଅଛି ଗୋଟେ ଭାଇ ହାତରେ
କୁରାଢୀ ଧରି ଆଗେଇଲା ଆର ଭାଈଟାରେ ॥
ମୋତେ ତୁମେ ଡରନାହିଁ କହିଲା ଯନ୍ତ୍ରମାନବ
ମୋ କଥା ମନ ଦେଈ ଶୁଣିବାକୁ ହେବ
ଅଜାଣତେ ଖସିପଡିଲି ମହାକାଶଯାନରୁ
ରକ୍ଷା କର ମୋତେ ଆଦିବାସୀ ମାନବ ।
ତୁମ ସହ ବନ୍ଧୁ ବାନ୍ଧି ରହିବି ମୁଁ ଏଠାରେ
ଯାହା ଖାଇବ ତାହା ଖାଇବି ତୁମ ସାଥିରେ
ଯେମିତି କହିବ ସେମିତି ଚଳିବି ତୁମ ସାଥେ
କଥା ଦେଉଛି ତୁମକୁ ଆପଣାର କର ।
ଆଦିବାସୀ ଭଳି ସରଳ ଲୋକ ବୁଝିଗଲେ
ଯନ୍ତ୍ରମାନବକୁ ନିଜ ସାଥିରେ ଯେ ରଖିଲେ
ସବୁ ସମାନ ହେବା ବୁଝାବୁଝି ଠିକ୍ ଥିଲେ
ଆଗକୁ ବଢିପାରିବା ଏ କଥା ମନ ରଖିଲେ ॥