Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Action

4  

Ansuman Swain

Action

ଦେବଦୂତ

ଦେବଦୂତ

1 min
186



ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ

ଆମରି ରାଜ୍ୟରୁ ଅନ୍ୟ ରାଜ୍ୟକୁ ସେ

  ଅମ୍ଳଜାନ ଦେଲେ ବାଣ୍ଟି ।

ସଦା ସର୍ବଦା ସେ ସଙ୍କଟ କାଳରେ

     କରିଛନ୍ତି ସହାୟତା

ତାଙ୍କ ପାଇଁ ଆଜି ଓଡିଶା ଗର୍ବିତ

   ସିଏତ ଜଗତେ ଜିତା ।

ସଭିଙ୍କ ପାଇଁ ସେ ଉଦ୍ଧାରଣ ହୋଇ

    ହୃଦୟେ ରହିଲେ ବନ୍ଧା

ତାଙ୍କରି କର୍ମକୁ ସାବାସ୍ ଜଣାଇ

  ଖୁସି ହେଲେ ତୁଙ୍ଗ ନେତା ।

ପ୍ରଶଂସାର ଶ୍ରେୟ ଆମରି ନବୀନ

   ତାଙ୍କ ପାଇଁ ଆମ୍ଭେ ଧନ୍ୟ

ତାଙ୍କ ଅନୁଦାନ ଖୋଲିଲା ନୟନ

   ସଭିଙ୍କ ଠାରୁ ସେ ଭିନ୍ନ ।


ରାତି ଦିନ ଯାନ ଚଳାଇ ନେଲେ ସେ

      କଲେ ନାହିଁ ପ୍ରତିବାଦ

ତାଙ୍କ ସାହାସିକତା ଦେଖି ସମାଜ

     ଜଣାଉଛି ଧନ୍ୟବାଦ ।

ନଖାଇ ,ନଶୋଇ ଓଡିଶା ରାଜ୍ୟରୁ

  ବାହାରିଲେ ଦେବଦୂତ

ଚବିଶି ଘଣ୍ଟାରେ ଶୀର୍ଷକ ଛୁଇଁଲେ

    ଝୁରୁଛି ତାଙ୍କୁ ଜଗତ ।

ଏଗାର ଶହ ଅଶୀ କୋଷ ପଥକୁ

    ହସି,ହସି କଲେ ପରି

ଦୁଃଖର ବେଦନା ମନରେ ଚାପିସେ

    ଅମ୍ଳଜାନ ଦେଲେ ଭରି ।

ଶହ ,ଶହ ଜନ ଜୀବନ ବଞ୍ଚାଇ

  ପାଲଟିଲେ ଉଦ୍ଧାରଣ

ତାଙ୍କରି ସାହସ ତାଙ୍କ ବୁଦ୍ଧି ବଳ

  ଦେଖିଲେ ଏ ଜନଗଣ ।



Rate this content
Log in

Similar oriya poem from Action