ଦୀପାବଳୀ
ଦୀପାବଳୀ
1 min
1.5K
ଅମାବାସ୍ୟା ରାତି ଆଲୋକିତ ହୁଏ
ଦୀପାବଳୀ ଯେବେ ଆସେ,
ଶବ୍ଦର ଗୁଞ୍ଜନ କର୍ଣ୍ଣ ଶିହରଣ
ଅାତସବାଦୀର ଧସେ ।
ଦୀପର ଆଲୋକେ ଆଲୋକ ଯେ ହୁଏ
ଆଜି ସବୁ ଘରେ ଘରେ,
ଦେଖିଲେ ଲାଗଇ ଆକାଶର ତାରା
ଉଇଁଛି କି ମାଟି କୋଳେ ।
ବଡୁବଡୁଆଙ୍କୁ ନିମନ୍ତ୍ରଣ କରୁ
ଦାଣ୍ଡରେ ପିମ୍ପେଇ ଜାଳି,
ଅନ୍ଧାରରେ ଆସି ଆଲୁଅରେ ଯାଅ
ଥାଏ ତୁଣ୍ଡେ ସବୁରି ।
ପିଠାପଣା କେତେ ମହ ମହ ବାସେ
ଆଜି ସବୁ ଘରେ ଘରେ,
ଏମିତି ପର୍ବଟେ ଆମ ପାଇଁ ଆସେ
ବରଷକେ ମାତ୍ର ଥରେ ।