Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Sahu

Others

2  

Niranjan Sahu

Others

ଏତିକି ହିଁ ନିବେଦନ

ଏତିକି ହିଁ ନିବେଦନ

1 min
181


ଯେତେ ଲେଖିଲେ ବି କବିତା ଓ ଗଳ୍ପ

          ମନ ଟା ଅବୁଝା ରହେ  

ଆଉରି ଅଧିକ କିଛି ଲେଖିବାକୁ

            ମନ ଛଟପଟ ହୁଏ


ଯୁଗୋପଯୋଗୀ କବିତା ଓ ଗଳ୍ପ

          ଲେଖିବାକୁ ଭଲପାଏ

ମଝିରେ ମଝିରେ ପ୍ରେମ କବିତା ବି

          ପଦେ ଅଧେ ଲେଖିଦିଏ


ଲେଖିବା ଟା ମୋର ନିଶା ଅଟେ ଭାଇ

          ପେଶା କେବେ କରିନାହିଁ

ତଥାପି ମୋହର କିଛି କବିତାରେ

           କଟୁକଥା ଶୁଣୁ ଥାଇ


କହିବା ଲୋକ ତ କିଛି କହିବେ

         କହିବା ତାଙ୍କର କାମ

ସହିପାରନ୍ତିନି ନାହିଁ ରହିପାରନ୍ତିନି

        ଅହଙ୍କାରୀଆ ତା ମନ


କାହାରି କଥାରେ ଭାଙ୍ଗିପଡିବିନି

          ଲେଖୁଥିବି ଦିନରାତି

ଭଲପାଅ କି ନପାଅ ମୋର ଲେଖାକୁ

           ଲେଖିବା ମୋହର ନୀତି


ନୁହେଁ ସାହିତ୍ୟିକ ନୁହେଁ ଗାଳ୍ପିକ

          ନୁହଇ ମୁଁ ବଡ଼ଲୋକ

ଲେଖିଛି ଲେଖୁଛି ଆଗେ ଲେଖଥିବି

          ମୋ ଜୀବନ ଥିବାଯାକ


ମୁହିଁ ନିରଞ୍ଜନ କରେ ନିବେଦନ

          ରଖିବ ମୋହର ମାନ

କଟୁକଥା କେବେ ମୋର କହିବନି

          ଏତିକି ହିଁ ନିବେଦନ ।


Rate this content
Log in