Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

5.0  

Prasant Kumar Nath

Others

ଶୀତ

ଶୀତ

1 min
193



ଶୀତ ଆସେନାହିଁ ସହରକୁ ଖାଲି

ରେଶମୀ ଚାଦର ତଳେ

ଶୀତ ଆସି ପରା ପହଂଚି ଥାଏବି

ଝୁମ୍ପୁଡି ଚାଳିଆ ଘରେ ।


ଥରେ ନାହିଁ ଗୋଡ଼ ବଡ଼ କୋଠାଘର

ମାର୍ବଲର ଚଟାଣରେ

କାଲୁଆ ବି ମାରେ ଗରୀବର ଗୋଡ଼

ନିଜ ମାଟି ଅଗଣାରେ ।


ଗାଧୁଆ ଘରର ସାୱାରର ପାଣି

ଥଣ୍ଡା ଖାଲି ଲାଗେ ନାହିଁ

ଥଣ୍ଡା ବି ଲଗାଇ ପୋଖରୀର ଜଳ

ଦେହ ଯେବେ ଦିଏ ଛୁଇଁ ।


ଶୀତ ଆସେ ନାହିଁ ସହରୀ ବାବୁର

ଜାକେଟ ମୋଉଜା ତଳେ

ଶୀତ ଆସିଥାଏ ବୁଢ଼ୀମାର ସେହି

ଶୁଖିଲା ବୟସୀ କୋଳେ ।


ଶୀତ ଆସେ ନାହିଁ ସହରୀ ପାର୍କର

ସୁସଜ୍ଜିତ ତରୁ ମେଳେ

ଶୀତ ବି ଆସଇ ଗାଆଁ ଆଗ ସେହି

ସୋରିଷ କ୍ଷେତର ମାଳେ ।


ଶୀତ ଆସେ ନାହିଁ ଖଟ ପଲଙ୍କରେ

ଗଦିରେ ଶୋଇଲା ବେଳେ

ଶୀତ ବି ଆସଇ ଗରିବର କନ୍ଥା

ଆଉ ଛିଣ୍ଡା ମଶିଣାରେ ।

       


Rate this content
Log in