ମୁଁ ପରୀଟିଏ
ମୁଁ ପରୀଟିଏ
ମୁଁ ପରୀଟିଏ କହୁଛି...
ମୋ ମନ କଥା କହୁଛି....
ଜୀବନଟା କଣ ଜାଣିବା ପୂର୍ବରୁ....
ମୋତେ ଶବ କରିଦେଲ....
ମୁଁ ଶବ ଟିଏ ହୋଇଗଲି କିଛି ଦୋଷ ନଥାଇ
ମୁଁ ଶବ କହୁଛି...
ବୁଦା ମୂଳର ଶବଟିଏ.
ମୁଁ ମୋ ମନ କଥା କହୁଛି...
ଝିଅ ଜନମ ପାଇଛି ବୋଲି ଆଜି ଶବ ହୋଇ ପଡିଛି.
ମୁଁ ଝିଅଟେ..ଘରୁ ବାହାରିଲେ ଲକ୍ଷେ ଆଖି ...
ଖାଲି ଟିକିଏ ମଉକା ମିଳିଲେ ହେଲା..
ସିଏ ସାତ ବର୍ଷ ହେଉ କି ଅଠର ବର୍ଷ..ଦେଖି..
ପଶୁ ପାଲଟି ଯାଏ ଏ ପୁରୁଷ ଜାତି..
ନା କାହାର ଦୋଷ କରିଥାଉ ନା କ୍ଷତି...
ମାଛ କାହାର ନଖାଇ ସମସ୍ତଙ୍କ ବୈରି ଭଳି....
ମୋତେ ବି ଖିନ୍ ଭିନ କରିଦେଇ...
କ୍ଷତ ବିକ୍ଷତ କରି ଜୌନ ଲାଳସା ପୂର୍ଣ୍ଣ କରି ଫିଙ୍ଗିଦେଲ..
ନିଜର ମରଦ ପଣିଆ ଦେଖେଇଲ....
ଆରେ ତୁମଠୁ ତ କୁକୁର ଜାତି ବହୁତ ଭଲ..
ଗୋଟେ ସ୍ତ୍ରୀ କୁକୁର ପଛରେ ପଣେ ମରଦ କୁକୁର ବୁଲନ୍ତି..
ପ୍ରେମ ପାଇଁ...କିନ୍ତୁ କେବେ
କୁକୁର କୌଣସି ସ୍ତ୍ରୀ କୁକୁରକୁ
ମାରିନାହାନ୍ତି କି ଖିନ୍ ଭିନ୍ କରି ଫିଙ୍ଗିନାହାନ୍ତି...
ମୋ ଅର୍ଦ୍ଧ ଲଗ୍ନ କ୍ଷତ ବିକ୍ଷତ ଶବକୁ ଦେଖିବାକୁ..
ଘେରେଇ ରହିଛ ଓ ଦେଖିବାକୁ ଚେଷ୍ଟା କରୁଛ ମୋ ଶରୀରକୁ
ଇଛାକର ଯେ ମୁଁ କିଏ ମୋତେ କେମିତି ରେଫ କରାଯାଇଛି..
ମିଛିମିଛିକା ସାନ୍ତ୍ଵନା ଦେଉଛ କିଛି କଟୁକଥା ବି..
ଉପରେ ଚିଲ ଶାଗୁଣା ଘୁରି ବୁଲୁଛନ୍ତି..
ସେମାନେ ବି ମଉକା ଖୋଜୁଛନ୍ତି ମୋ ଶରୀରରୁ..ପୁଳା ପୁଳା
କରି ନେଇଯିବେ ଓ ନିଜର କ୍ଷୁଧା ମେଣ୍ଟେଇବେ..
କିନ୍ତୁ ପାରୁନାହାନ୍ତି ମୋ ଚାରିପାକ୍ଷେ ନାରୀ ମାଂସ ଲୋଭି..
ଓ ଖାକୀ ପୋଷାକ ଧାରୀ ଯମଦୂତ ମାନେ ଘେରି ଅଛନ୍ତି...
ମୁଁ ତ ବଞ୍ଚିଥିବା ସମୟରେ ସୁରକ୍ଷା ଦେଇ ପାରିଲେନି...
ଅନ୍ତତଃ ମୋ ଶବକୁ ସୁରକ୍ଷା ଦେଇ ବାହାବା ନେବେ...
ଧନ୍ୟ ଧନ୍ୟରେ ନାରୀ ମାଂସ ଲୋଭି..
ମୋତେ ମାରିନ ଯେ ତାରିଦେଇଛ...
ନହେଲେ ହୁଏତ ମୋ ପବିତ୍ର ଗର୍ଭରୁ..
ତୁମପରି ନାରୀ ମାଂସ ଲୋଭି ପୁଅଟିଏ ଜନ୍ମ ନେଇଥାନ୍ତା
କିମ୍ବା ମୋ ଭଳି ତମର ଶିକାର ହେବାକୁ ଝିଅ ଟିଏ...
ହେଲେ ଗୋଟେ କଥା ମନେରଖ..
ମୋ ଶବ୍ଦ ଖାତାରେ...ସମ୍ପର୍କ,ମାନବିକତା,ଧର୍ମ,ଈଶ୍ୱର.
ବିଶ୍ୱାସ,ସମ୍ବିଧାନ,ଶାସନ,ଏସବୁ ଗୋଟେ ଗୋଟେ
ମୂଲ୍ୟହୀନ ଶବ୍ଦ ହୋଇ ରହିଗଲା...
ହଁ ଗୋଟେ ଉପଦେଶ ବି ଦେଉଛି..
ତୁମର ମାଆ, ଭଉଣୀ,ସ୍ତ୍ରୀ ଓ ଝିଅ ଅଛନ୍ତି...
ସେମାନଙ୍କୁ ଯଦି ସୁରକ୍ଷା ଦେଇ ପାରିବ ..
ମୁଁ ଖୁସି ହେବି...ଆଉ
ମୋ ଆତ୍ମା ବି....
।। ସ୍ନେହଲତା ସାହୁ।।