Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Tragedy

2  

Prakash Sahoo

Tragedy

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

1 min
7.0K


ମା କୁ କଥା ଦେଇଥିଲି

ଶୀଘ୍ର ଫେରିଆସିବି

ବାପାଙ୍କୁ କହିଥିଲି

ସବୁ ପାଠ ପଢିବି

ଗୁରୁମାଙ୍କୁ କହିଥିଲି

ସବୁ ଉତ୍ତର କରିବି

ଜେଜେମା କହିଥିଲେ

ନୂଆ କାହାଣୀ କହିବେ

ବହିଦୋକାନୀକୁ କହିଥିଲି

କିଛି ବହି ଆଣିବାକୁ

କାଲି ଖେଳ ହାରିଥିଲି

ଆଜି ଜିତିବାର ଥିଲା

ସବୁଦିନ ପରି ସବୁ ଠିକ ଥିଲା

ହସ ଖୁସିରେ ମଜା

ମସ୍ତିରେ ଗାଁ ଦାଣ୍ଡରେ

ସ୍କୁଲ ଖେଳ ପଡ଼ିଆରେ

ଗାଁ ମୁଣ୍ଡ ମଂଦିରରେ

ଆଉ ସେହି ଝିପ ଝିପ ବର୍ଷାର

ଟୋପା ଟୋପା ପାଣିରେ

ପିଲାଦିନ ବିତୁଥିଲା

ଏହି ବିଧାତାର ବିଧାନ

କୋମଳ ହୃଦୟ ଭିତରେ

ଦୁନିଆକୁ ବୁଝିବା ଆଗରୁ

ନିରିହ ମୁହଁର ଆକର୍ଷଣରେ

ସଭିଙ୍କୁ ଆକର୍ଷିତ କରିବା ପୂର୍ବରୁ

ଛୋଟ ପାପୁଲିରେ ହାତ

ମିଳାଇ ବନ୍ଧୁତା କରିବା ଆଗରୁ

ସେହି ଵିଦ୍ୟାମନ୍ଦିରର ବାଟ

ମୋତେ ଦୁନିଆ ଠୁ

ଅଲଗା କରିଦେଲା

ସବୁ ଦିନ ପାଇଁ

ସବୁ ଅଧୁରା ରହିଗଲା

ସବୁ ପ୍ରତିଶ୍ରୁତି ରହିଗଲା

ସବୁ ଯେମିତି ରହିଥିଲା

ସେମିତି ହିଁ ରହିଗଲା


"ଭଦ୍ରକର ସ୍ୱର୍ଗତ କୁନି ସ୍କୁଲ ପିଲାଙ୍କୁ

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି"


ପ୍ରକାଶ ସାହୂ


Rate this content
Log in

Similar oriya poem from Tragedy