Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Others

5.0  

Srinibas Mahalik

Others

ସର୍ବନାମ

ସର୍ବନାମ

1 min
108


ଝିଅଙ୍କୁ ଦେଖିଲେ କେତେକ କୁହନ୍ତି

ମାଲ୍ ପିସ୍ ଆଇଟମ

ଲାଗୁଛି ଯେମିତି ସେ ଶବ୍ଦଗୁଡିକ

ଝିଅଙ୍କର ସର୍ବନାମ !!


ଆଉ କିଛି କିଛି ଝିଅମାନଙ୍କୁ ବି

କୁହନ୍ତି ମାଣ୍ଡୁ ଓ ଟୋକି

ଏଭଳି ଅଶୁଦ୍ଧ ଭାଷା ସବୁ ପ୍ରାୟ

ଉଠିଲେଣି ମୁଣ୍ଡ ଟେକି !!


ସଭ୍ୟ ସମାଜରେ ଏଶବ୍ଦଗୁଡିକ

ଲାଗଇ ଅସଭ୍ୟ ପରି

ଝିଅମାନଙ୍କର ସମ୍ମାନକୁ ଏହା

ଦେଇଥାଏ କ୍ଷୁର୍ଣ୍ଣ କରି !!


ଝିଅଙ୍କୁ ସମ୍ମାନ ନଦିଅ ପଛକେ

କରନାହିଁ ଅସମ୍ମାନ

ନିଜ ଆଚରଣ ଢଙ୍ଗକୁ ଟିକିଏ

କରିନିଅ ସଂଶୋଧନ ।।



Rate this content
Log in