Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ପୁଣ୍ୟଦା ଦୀପାଳି

ପୁଣ୍ୟଦା ଦୀପାଳି

1 min
6.9K


ହୈମନ୍ତିନୀ,ଶୁଭ୍ରା, ପୁଣ୍ୟଦା ,ଦୀପାଳି
ମୁରୁଜ ଓଢଣୀ ନେଇ,

ଅଗଣା ମଣ୍ଡିଲ ଆଲୋକ ସଜ୍ଜାରେ
ରୂପସୀ ପର୍ବାଣୀ ହୋଇ ।


ସିମନ୍ତିନୀ ପାଇଁ ସହଚରୀ ସାଜି
ଦୀପରେ ଦୀପ ମିଶାଇ,

ବସୁଧା ବାସକୁ କ୍ଷୀପ୍ର ଆଲୋକରେ
ସପ୍ତ ସୁରେ ଦେଲ ଧୋଇ ।


ତୁମ ଆଗମାନେ ଲକ୍ଷ୍ମୀଙ୍କ ଆସନେ
ରୋଷଣୀ ମେଳା ଲାଗିଲା ,

ପଦ୍ମାଳୟା କୋଳେ ଶୁଭ୍ରତାକୁ ନେଇ
ଫୁଲେଇ ଫୁଲ ହସିଲା ।


ଚହଟ ବରଣୀ ଚମ୍ପାର ଓଢଣୀ
ସରମେ ଝାଉଁଳି ଗଲା ,

ପଦ୍ମ ପତରରେ ଶିଶିର କଣିକା
ସମ୍ମାନେ ସ୍ୱାଗତ କଲା ।


ଅନ୍ଧ ଅହମିକା ହୋଇଗଲା ଫିକା
ଅଜ୍ଞାନେ ଅଙ୍କୁଶ ଆଙ୍କି,

ତୁମ ଶୁଭ୍ରତାର ମୃଦୁ ପରଶରେ
ନିରାଶା ନଇଁଲା ଶଙ୍କି ।


ସାମ୍ୟବାଦର ସମ୍ଭାଷଣ ଦେଇ
ଅଗଣା ଅଗଣା ଯାଇ,

ଶାନ୍ତି ମୈତ୍ରୀର ସଂରକ୍ଷିତ ଶ୍ଲୋକ
ଗୁଳ୍ମେ ଗୁଳ୍ମେ ଗଲ ଗାଇ ।


ଘର ଘର ଯାଇ ଘୋର ଅନ୍ଧକାର
ନିମିଷେ ଉଭେଇ ଗଲା,

ଓଢଣୀ ଉହାଡ଼େ ନିଝୁମ ନିଶା ବି
ନିଜ ମୁହଁ ଲୁଚାଇଲା ।


ସଲପ ସମୟେ ବିନମ୍ର ବିନୟେ
ନିଜର ଆଲୁଅ ଦେଇ,

ବନ୍ଧୁବାଦର ବଳିଷ୍ଠ ବିଜ୍ଞାନ
ପଲକେ ଗଲ ଶିଖାଇ ।


Rate this content
Log in