Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ଥରୁଟିଏ ହେଉପଛେ

ଥରୁଟିଏ ହେଉପଛେ

1 min
6.9K


ଥରୁଟିଏ ହେଉପଛେ

ଖୋଜାପଡ଼େ ତା’ପାଇଁ ବି ଖଣ୍ଡେ ବଉଳପାଟ

ଆଜିବି ଅବୁଝା ମୁଁ ବୁଝିବାକୁ

କାହିଁପାଇଁ ଝିଅଟିଏ ସ୍ଵପ୍ନ ବୁଣେ

ପିନ୍ଧିବାକୁ ଦିନେ ସିନ୍ଦୁର ଆଉ ଶଙ୍ଖା ଦି’ପଟ ?

ପୁଅଟିଏ ମାନେ ଇ’

ଉଣ୍ଡାଳିବାକୁ ହେବ ତାକୁ ପରିବାର ପେଟ

ଭାରି ଅବୁଝା ଲାଗେ ମୋତେ

କି ବାଧ୍ୟବାଧକତା କରିବାକୁ ତାକୁ ସଂସାର ନାଟ ?

ଆଜିବି ଅବୁଝା ସେଇ ଆଖି ଆଉ ଏଇ ଓଠ

ନିରେଖି ଦେଖିଲା ପରେ

କୋଉ ଚିହ୍ନି ହୁଏ

ସାଙ୍ଗରେ ଅତିକ୍ରମିଥିବା କେଇଖୋଜ ବାଟ...?

ପରିଚିତ କେବଳ

ବିଗତ ଘଟଣା ଓ ଆଗାମୀ ଆଶାର କବାଟ

ସ୍ମୃତି ଫାଳକରୁ ଉଙ୍କି ମାରୁଥାଏ

ନଭୁଲିବା ଡେନିମ୍ ମହକ

ଆଖି ମିଟିକାରେ ମୋତେ କହୁଥାଏ

ଡେରି କରେନା ଆଉ

ଯା’ ପିନ୍ଧି ଦେ’... !

ଗଭାରେ ଗଜରା, ଦେହରେ ନାଲି ରଙ୍ଗ ପାଟ ।।#ନୀଳନୀରବତା



Rate this content
Log in