Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

ସମୁଦ୍ର

ସମୁଦ୍ର

1 min
13.6K



✿✿ ସମୁଦ୍ର ✿✿

ଶୁଣିଥିଲି -
ସମୁଦ୍ର ଯାହା ନିଏ, ଫେରାଇ ବି ଦିଏ ।
ତୁମେ ଗଣି ଥିବା ଉଚ୍ଛନ୍ନ ଲହଡି ହେଉ
କି'
ଦୂର ଦିଗ୍-ବଳୟ ପାଖେ
ଛାଡ଼ି ଆସିଥିବା ତୁମ ମନଡଂଗା,
ସୁଧ ସହ ସେ ଫେରାଇ ଦିଏ ।
ଦେଖୁନ-
( ସେଇ କାଳୁ ନୋଳିଆ, ତା' ଆଇଁଷିଆ ଡ଼ଂଗା,
ଲେମନ୍ ଟି , ଝାଲ୍ ମୁଢି , ପେଟୁଆ ପଇଡ଼,
ବମ୍ବେଇ ଲଡୁ, ହରରଂଗୀ ବେଲୁନ,
ଅସଲି ମୋତି କହି ବିକୁଥିବା ନକଲି ମଣିଷ,
ଦେଶୀ କାକୁଡ଼ି , ଗୁଟୁଖା ବିକା ମାଳ ବୁଢୀ,
ଶୁଖିଲାରେ ଥାଇ ଲୋଭିଲା ପଂହରା ଆଖିସବୁ )
ଆଦି ସେଇମିତି ଥାଏ ଫି'ଦିନ, ତୁମେ ଯିବାଯାଏଁ ।
ଫେରାଏ ତ ସେସବୁଙ୍କୁ ବି -
ପୋତି ଦେଇଥିବା ହଜିଲା ଅତୀତ,
ଆଉ ଭାସିଯାଇଥିବା ଆଶା ଅସୁମାରୀ ।

ଯାହା ଶୁଣିଥିଲି ଠିକ୍ -
ସମୁଦ୍ର ମନେରଖି ସବୁକିଛି ଫେରାଇଦିଏ.......।

✿ ଅମିୟ ବେଜ୍ ✿


Rate this content
Log in