Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Others

2  

Ajaya Mahala

Others

ଚୁମ୍ବନ

ଚୁମ୍ବନ

1 min
483


ଚୁମ୍ବନ

ଚୁମ୍ବନଟିଏ ଦେଲାବେଳେ

ତୁମେ ଏମିତି ବ୍ୟବହାର କର

ଯେମିତି ତୁମେ

ପ୍ରତିକ୍ରିୟାହୀନ ବ୍ଲାକବୋର୍ଡଟିଏ

ତା ଉପରେ ମୁଁ ଲେଖେ ଆଉ ଲିଭାଏ

ଯେତେ ଚୁମ୍ବନ

ସେ ସବୁ ମିଛ

ସେଥିରେ ତୁମର ଭୂମିକା କିଛି ନାହିଁ


କ୍ଷାନ୍ତ ହୁଏ ମୁଁ

କ୍ଷଣିକ ପାଇଁ

ପୋଛି ସଫା କରିଦିଏ ତୁମ ମୁହଁ

ଝାଡିଦିଏ ହାତରୁ ଚକ ପାଉଡର

ତୁମ ଆଡକୁ ପିଠି କରି

ପଢ଼ାଇ ଚାଲେ ମୋ ମନ ଶ୍ରେଣୀରେ

ଇଚ୍ଛା ମାନଙ୍କୁ

ବିନା ବ୍ଲାକ ବୋର୍ଡର ସହାୟତାରେ

କେତେକ ଇଚ୍ଛା ତ ଥରକରେ ବୁଝି ଯାଆନ୍ତି

ଆଉ କେତେ ଜଣ ବୁଝନ୍ତିନି

ବିଲକୁଲ କିଛି

ସେଇ ଅମାନିଆଁ ଇଚ୍ଛାମାନେ

ମାନନ୍ତିନି ମୋ ତର୍ଜମା

ମୋ ହାତ ଗୋଡ ହଲା

ଆହୁରି ଭଲରେ

ବୁଝାଇବାକୁ କହନ୍ତି

ଦରକାର ପଡ଼ିଲେ ଉଦାହରଣ ସହ

ମୁଁ ପୁଣି ମୁହଁ ବୁଲାଇ

ଲେଉଟି ଚାହେଁ ତୁମକୁ

ଏଇ ଟିକିଏ ପୂର୍ବରୁ

ସଫା କରିଥିବା ତୁମର ସେ ମୁହଁକୁ

ଦେଖେ, ଯେମିତି ସେ ଅଲେଖା ମୁହଁରେ

ନୂଆ ଏକ ଆମନ୍ତ୍ରଣ,

ପୁଣି ନୂଆ ଖାଲିପଣ

ମୁଁ ପାଖକୁ ଲାଗିଆସେ

ଆଉ କିଛି ଲେଖିଦିଏ ସେଠି


ପୁଣି ସେହି ମୁହଁ ଛିଞ୍ଚଡା ..

ଇଏ ହେଲା ପୁଣି ମୋ ଭୁଲର

ସହସ୍ରତମ ପୁନରାବୃତ୍ତି...

ଦୁଇ ହାତରେ ପୁଣି ଛାତିଠାରୁ

ଟିକିଏ ଦୂରକୁ ଠେଲି ଦିଅ


ଅଦ୍ଭୁତ ଏ ଅନୁଭବ

ଏମିତି ବି ବ୍ଲାକ ବୋର୍ଡ ଥାଆନ୍ତି

ଯିଏ ଚକ୍ କୁ ପାଖକୁ ଡାକି କହନ୍ତି

"ସବୁବେଳେ ପାଖେ ପାଖେ ଥାଅ,

କିନ୍ତୁ କିଛି ଲେଖନି "


Rate this content
Log in