Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

2  

Sadananda Sahoo

Inspirational

ସୁହାଗ ସିନ୍ଦୂର

ସୁହାଗ ସିନ୍ଦୂର

1 min
6.7K


ପ୍ରୀତିର ସ୍ୱାକ୍ଷର ସୁହାଗ ସିନ୍ଦୁର

ସିନ୍ଥୀର ପରଶମଣି ;

ପ୍ରେମର ପ୍ରତୀକ ସିନ୍ଦୁର'ର ଗାର

କରି ଦିଏ ଚିର ଋଣୀ !!


ସଧବା ନାରୀର ଅମୂଲ୍ୟ ସମ୍ପଦ

ହୃଦୟର ପ୍ରୀତି ରଙ୍ଗ ;

ଦିଏ ପରିଚୟ ସୌଭାଗ୍ୟ ବିଜୟ

ପାଇଚି ମୁଁ ନୂଆ ସଙ୍ଗ !!


କୁମାରୀ ଜୀବନ ଦେଖିଲା ସପନ

ନାଇବାକୁ ସିନ୍ଥୀ ସ୍ମୃ୍ତି ;

ହୃଦୟ ରାଜା ବୁଝି ଗଲା ଭାଷା

ଭରିଦେଲା ଖାଲି ସିନ୍ଥୀ !!!


ସଂସାରୀ ମଣିଷ ହସି ଦିଏ ହସ

ବେଦୀ ମୂଳେ ନୂଆ ସ୍ୱପ୍ନ;

ପ୍ରେମ ନିଦର୍ଶନ କରି ସମର୍ପଣ

ବଢ଼ାଏ ପ୍ରେମର ମାନ !!


ଜନ୍ମ ଜନ୍ମାନ୍ତର ଅଲିଭା ସ୍ୱାକ୍ଷର

ହୃଦୟ'ର ପ୍ରିୟ ଜନ ;

ସବୁ ଜନମରେ ରହିବ ସାଥୀରେ

ସମର୍ପିବି ଯଉବନ !!


ମଥାର ସିନ୍ଦୂର କରିଛି ନିଜର

ତୁମେ ମୋର ସ୍ୱପ୍ନ ଆଖି ;

ତୁମ ବିନା କିଛି ଭଲତ ଲାଗେନି

ସିନ୍ଦୁର ମୋ ପ୍ରେମ ସାକ୍ଷୀ !!


ଜୀବନ ସାର୍ଥକ କରିଛ ମୋହର

ପାଇଚି ମୁଁ ପରିଚୟ ;

ଏ'ଦାନ ମହାନ ମୁଁ ସ୍ୱୟଂପୂର୍ଣ୍ଣ

ତୁମଠାରେ ପ୍ରେମ ଲୟ !!

- - - - - - - - - - - - - - - - - - - - - - - - - - - - - - - - -

ସଦାନନ୍ଦ ସାହୁ ; ଧୁରୁସିଆ , ଆଠଗଡ , କଟକ


Rate this content
Log in