Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

4.8  

Bauribandhu Lenka

Inspirational

ଉତ୍କଳ ସନ୍ତାନ

ଉତ୍କଳ ସନ୍ତାନ

1 min
6.9K


ସୁପ୍ତ କାହିଁକି ଉତ୍କଳ ସନ୍ତାନ

ଶିଥିଳ କି ତୋର ରକ୍ତ,

ଭୁଲି ଗଲୁଣିକି ତୋ ପୂର୍ବ ଗୌରବ

ଭୁଲି ଗଲୁକି ଅତୀତ I 1 I

ତୋ ପୂର୍ବ ପୁରୁଷେ ଜୟ କରିଥିଲେ

ଗଙ୍ଗାଠାରୁ ଗୋଦାବରୀ,

ସେ ରକ୍ତରେ ଗଢା ଅଟେ ତୋ ଶରୀର

ଯାଉ ତୁ କାହିଁକି ଡରି I 2 I

ତୋ ରାଜ୍ୟ ସାଧବ ପୁଅମାନେ ଦିନେ

ସାଗରେ ବୋଇତ ମେଲି,

ଯାଉଥିଲେ ନୌ ବାଣିଜ୍ୟ ପାଇଁକି

ସୁମାତ୍ରା ବୋର୍ଣ୍ଣିଓ ବାଲି I 3 I

ଅତୀତର ସେଇ ଗୌରବ ଗାଥା

ଉଜ୍ଜୀବିତ କରି ମନେ,

ବୋଇତ ବନ୍ଦାଣ କରୁଛି ଓଡିଆ

କାର୍ତ୍ତିକ ପୂର୍ଣ୍ଣିମା ଦିନେ I 4 I

ପୁଣ୍ୟତୋୟା ମହାନଦୀ ବୈତରଣୀ

ସୁବର୍ଣ୍ଣରେଖା ବ୍ରାହ୍ମଣୀ,

ତୋ ରାଜ୍ୟର ବକ୍ଷେ ବହନ୍ତି ନୀରବେ

ଦେଇ ସୁମଧୁର ପାଣି I 5 I

ସୁଦୀର୍ଘ ସାଗର କୂଳ ତା ସାଙ୍ଗକୁ

ସୁନ୍ଦର ଚିଲିକା ହ୍ରଦ,

ଭରି ରହିଅଛି ତୋ ରାଜ୍ୟରେ କେତେ

ଅମୂଲ୍ୟ ଖଣି ସମ୍ପଦ I 6 I

ତୋ ରାଜ୍ୟର ବଣ ପାହାଡ ଝରଣା

କେତେ ସୁଷମାରେ ଭରା,

ମନ୍ଦିର ଗାତ୍ରରେ ସ୍ଥାପତ୍ୟ କଳାର

ସୌନ୍ଦର୍ଯ୍ୟ ଅପାଶୋରା I 7 I

ସେ କଳାର ମୂକସାକ୍ଷୀ ରୂପେ ଆଜି

ଭଗ୍ନ କୋଣାର୍କ ଠିଆ,

ପଥର ଦେହରେ ଫୁଟିଅଛି କେତେ

ପୀରତୀର ଦିଆ ନିଆ I 8 I

ତୋ ଭାଷା ସାହିତ୍ୟ ଅତି ଋଦ୍ଧିମନ୍ତ

ଶାସ୍ତ୍ରୀୟ ଭାଷାରେ ଗଣା,

ପ୍ରଚାର ପ୍ରସାର ଅଭାବରୁ ଏହା

ନୁହେଁ ବେଶୀ ଜଣା ଶୁଣା I 9 I

ସବୁ ଥାଇ ଆଜି କାହିଁକି ସଜାଉ

ନିଜକୁ ଗରିବ ବେଶେ,

ମଥା ଟେକି ବାଟ ଚାଲିବାକୁ କୁଣ୍ଠା

କାହିଁକି କରୁ ଏ ଦେଶେ I10 I

ବେଳ ନାହିଁ ଉଠ ଉତ୍କଳ ସନ୍ତାନ

ଶୋଇବୁ ତୁ କେତେ ଦିନ,

ସମୃଦ୍ଧ କର ଏ ଉତ୍କଳ ଭୂଇଁକୁ

ରଖ ନିଜ ସ୍ୱାଭିମାନ I 11 I

*****


Rate this content
Log in

Similar oriya poem from Inspirational