Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Sashi Bhushan Mohapatra

Abstract

5.0  

Dr.Sashi Bhushan Mohapatra

Abstract

ଯେଉଁଠି ସ୍ୱପ୍ନ ଦେଖିହୁଏ

ଯେଉଁଠି ସ୍ୱପ୍ନ ଦେଖିହୁଏ

1 min
152



ଜାଣିଛି ଫେରିବନି

ବିଦ୍ୟାଳୟରେ ବିତିଥିବା ଦିନ

ସାଙ୍ଗ ସାଥି ମେଳ,

ଆଗ ବେଞ୍ଚରେ ବସିବା ପାଇଁ

ଠେଲାପେଲା, ଗଣ୍ଡଗୋଳ

ଖଡିରେ ନାଁ ଲେଖିବାକୁ

ଏ ଜାଗା ମୋର |

ସମସ୍ତେ ମେଳିହୋଇ

ମାନଚିତ୍ରରେ ଖୋଜୁଥିଲୁ

କେଉଁ ଅକ୍ଷାଂଶ ଓ ଦ୍ରାଘିମାରେ

ଠିକଣା ଆମ ଗାଁର |


ଖାତାରେ ଉତ୍ତର ଲେଖି ଲେଖି

ଥକି ପଡୁଥିଲା ହାତ

ସେଥିପ୍ରତି ନିଘା ନଥିଲା

ସଭିଏଁ ମିଶି ପଢ଼ୁଥିଲୁ

ଅଙ୍କ କଷି କଷି ଶେଷରେ

ଚିଠିଟିଏ ଲେଖୁଥିଲୁ |


ଏସବୁରେ ଜୀବନର ବାସ୍ନା

ମହକୁ ଥିଲା,

ଫୁଲର ପାଖୁଡା ପରି

ଆମେ ସବୁ ହସୁଥିଲୁ

ବିଦ୍ୟାଳୟର ଉପବନେ,

ଛୋଟିଆ ଅନୁଷ୍ଠାନ ହେଲେବି

ଆମପାଇଁ ନନ୍ଦନକାନନ |


ସେସବୁ ଏବେ ସାତସ୍ୱପ୍ନ

ସ୍ମୃତିରେ ଉସ୍ମ ସମ୍ପର୍କ

ରାଗ ରୁଷା,ମାନ ଅଭିମାନ

ଏବେ ଖାଲି ଜୀବନରେ

ଗୋଟି ଗୋଟି ମାନେ ପଡୁଛି ଯାହା |


ଜୀବନ ଯାତ୍ରାରେ ଏ ଏକ

ମଣିଷ ଗଢା କାରଖାନା

ଯେଉଁଠି ସ୍ବପ୍ନ ଦେଖିହୁଏ

ସାକାର କରିବାର ବାଟ

ଏଠି ବି ବତାଇ ଦିଆଯାଏ,

କୁମ୍ଭାର ଶାଳରେ

ମାଟି ହାଣ୍ଡି ଗଢିଲା ପରି

ଭବିଷ୍ୟତର ମଣିଷଟିଏ ଗଢା ହୁଏ |



Rate this content
Log in