ବିଚିତ୍ର
ବିଚିତ୍ର
ନିତି ପ୍ରତି ଏଠି କେତେ
ଭଙ୍ଗା ଆଉ ଗଢା
କେତେ ଚିହ୍ନ ଲିଭି ଯାଏ
କେତେ ହୁଏ ଯୋଡା
ଏଇ ତ ଦୁନିଆଁ
କାହା ଓଠେ ହସ ମହୁ
କାହା ଆଖି ଭରା................
ଅନ୍ଧାର ଆଲୁଅ ଏଠି
ଲୁଚକାଳି ଖେଳି
କିଏ ହୁଏ ପୁଲକିତ
କିଏ ଯାଏ ଜଳି
ମନେ ହୁଏ ହେଜ
ସଂସାରଟା ଖେଳ ଘର
ରହସ୍ୟ କୁହେଳୀ...............
ଭାଇ ଯଦି କହେ ଭାଇ
ଚିର ଶତୃ ମୋର
ମାଆ ବାପା ନୁହେଁ ମୋର
କୁହଇ କୁମର
କୁହ କେଉଁ ଆଶେ
ଏଠି ଏହି ମଣିଷ ଯେ
ଗଢିବ ସଂସାର..................