ପୁଣି ବର୍ଷାରେ.........
ପୁଣି ବର୍ଷାରେ.........
ବେଳେ ବେଳେ ଭାବେ
ଲେଉଟନ୍ତାନି ସମୟ
ସଦ୍ୟ କଲେଜ ପଢୁଆ ତରୁଣଟେ କରି
ନେଇ ଛିଡାକରନ୍ତା ମୋତେ
ସେ କଲେଜ ଛକ କୃଷ୍ଣଚୂଡା ଗଛ ତଳେ ।
ଓଃ ତା ପରେ ଆସନ୍ତ ତମେ
ଝିପି ଝିପି ବର୍ଷାରେ
ତମ, ସାଙ୍ଗ ମାନଙ୍କ ସାଥେ ;
ଲମ୍ବା ନୋଟ ବୁକ ରେ
ମେଘରୁ ବର୍ତ୍ତିବାକୁ
ମୁଣ୍ଡ ପରେ ରଖି
ଚେଷ୍ଟା କରୁଥିବ ।
ବେଗି ବେଗି ଚାଲିବାର ଇଚ୍ଛା
ମାତ୍ର କେଜାଣି କେମିତି
ଆପେ ଆପେ
ସେ ଗଛପାଖ ହେଲା ବେଳକୁ
ଲାଜେ ଲାଜେ ତୁମ ପାଦ
ଥମିଯାଉଥିବ ।
ପୁଣି ଭାବ
ତମ ଅଧା ଓଦା ପଣତ
ଅଧା ଓଦା ଜାମା
ଅଧା ଓଦା ଭ୍ରୂକୁଟି
ଆଉ ତୁମ ସାମ୍ପୁ ଲଗା ବେଣୀରେ
କେଇବୁନ୍ଦା ବର୍ଷାର ଛିଟା
ମୁକ୍ତା ପରି ଚିକ ମିକ
ଚମକି ଉଠିବ ।
ତୁମ ଓଠର ଲାଲିମା
ବୋଧେ ବର୍ଷାର ଛୁଆଁରେ
ଦିପ୍ତିମନ୍ତ ଦୀପ ଶିଖା ପରି
ଚିହିଙ୍କି ଉଠିବ
ସେତେବେଳେ ମୋ ମନରେ
ପ୍ରେମର ଜୁଆର
ଆଉ ଶ୍ରାବଣର ବରଷା ଛିଟାରେ
ଚାହୁଁ ଚାହୁଁ ମନ ଚୋରି ହେବ ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା