ହେ ଦୀନବନ୍ଧୁ
ହେ ଦୀନବନ୍ଧୁ
କଦମ୍ବ ମୂଳକୁ ଯାଇଥିଲି ମୁଁ ବଂଶୀ ସ୍ୱର ଶୁଭୁନାହିଁ
ରାଧା ପ୍ରାଣଧନ ଦେବକୀ ନନ୍ଦନ ଖୋଜିଲେବି ପାଉନାହିଁ l ଯମୁନା ନଦୀର ଧାରେଧାରେ ଯାଇ ଖୋଜିଲି ପାଦର ଚି଼ହ୍ନ
ଚି଼ହ୍ନ ମିଳିଲାନି ସ୍ୱର ମିଳିଲାନି ବସିଲି ହୋଇ ମଉନ l
ମନ୍ଦିରକୁ ଗଲି କ୍ଷୀରସର ଧରି ଡାକିଲି ଅତି ଭକ୍ତିରେ
ବଡ଼ କପଟିଆ ଖାଇଲାନି ଜମା ଫେରିଲି ମନ ଦୁଃଖରେ l
ଖୋଜିଲି ଜଙ୍ଗଲେ ଗୋଧୂଳି ସମୟେ ଖୋଜିଲି ବାରିଧି ତଟ
ତନତନ ହୋଇ ମନ୍ଦିରେ ଖୋଜିଲି ନହେଲା କାହ୍ନାର ଭେଟ l
ପାଷାଣ ମୂରତି ସବୁଠି ପାଇଲି କଥା ଜମା ହେଉନାହିଁ
ଧର୍ମ ଅଧର୍ମର ଲଢେଇ ମଧ୍ୟରେ ନିସ୍ତେଜ ହୋଇଲି ମୁଁହି l ଦୁଃଖହରା ବୋଲି ସମସ୍ତେ କହନ୍ତି ବଡ଼ ଅଝଟିଆ ସିଏ
ନନ୍ଦ ଯଶୋଦାଙ୍କ କୂଳର ପ୍ରଦୀପ ଲବଣି ଚୋରାଇ ଖାଏ l ସବୁଠାରେ ଥାଏ କେଉଁଠି ନଥାଏ ଅପୂର୍ଵ ତାହାର ଲୀଳା ମାୟାଧର ମାୟା ବୁଝିବା କଠିନ ଭକତ ଭାବରେ ଭୋଳା l କାହାକୁ କନ୍ଦାଏ କାହାକୁ ହସାଏ ପ୍ରେମ ଜାଲେ ବାନ୍ଧିଦିଏ ଜୀବନ ନୌକାରେ ନାଉରିଆ ହୋଇ ପାଖେପାଖେ ସଦା ଥାଏ କର୍ମର ଫଳ ସଦା ଦିଏ ବୋଲି ଅତି ଆତୁରେ ଡାକୁଛି
ହେ ଦୀନବନ୍ଧୁ ଦୟା ରଖିଥିବ ଚରଣ ତୁମ ବନ୍ଧୁଛି l