Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Abstract

5.0  

Prasant Kumar Nath

Abstract

ପବିତ୍ର ସମ୍ପର୍କ

ପବିତ୍ର ସମ୍ପର୍କ

1 min
391



ଏମିତି ଅଟେ ସେ ପବିତ୍ର ବନ୍ଧନ

ଛିଡେଇଲେ ଛିଡେନାହିଁ

ସ୍ନେହ ମମତାର ମଧୁର ସମ୍ପର୍କ

ଅଟଇ ଭଉଣୀ ଭାଇ

ଭାଇ ଭଉଣୀର ପ୍ରେମର ସନ୍ତକ

ସାଜିକି ହାତର ରାକ୍ଷୀ

ଜନମ ଜନମ ସାତ ଜନ୍ମ ପାଇଁ

ରହିଥାଏ ହୋଇ ସାକ୍ଷୀ

ରାକ୍ଷୀ ନୁହେଁ ଖାଲି ସୁତା ଖିଆଟିଏ

ଛିଡେଇଲେ ଛିଡ଼ିଯିବ

ଭାଇ ଭଉଣୀର ମମତା ବନ୍ଧନ

ଜନ୍ମ ଜନ୍ମ ରହିଥିବ

ଭଉଣୀ ସାଥିରେ ଭାଇଟିଏ ଥିଲେ

ଯାଏ ନାହିଁ ସିଏ ଡରି

ଚାଲୁଥାଏ ସିଏ ଜୀବନର ପଥ

ଭାଇକୁ ଭରସା କରି



Rate this content
Log in