Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

3  

Abhakanta

Romance

ନ ପରଖି ଖୁସି ହେବି

ନ ପରଖି ଖୁସି ହେବି

1 min
6.9K


ନ ପରଖି ଖୁସି ହେବି

 

ଆଭାକାନ୍ତ ମହାନ୍ତି

 

ନ ପରଖି ଖୁସି ହେବି

       ଛଳନାରେ ହେଉ ପଛେ

              ମୋତେ ଟିକେ ଭଲପାଇବ କି ?

ଅନ୍ତତଃରେ ସେ ଲହରେ

       ଲେଖିଯିବି ସବୁକିଛି

              ଯାହା ଅଛି ଏ ଜୀବନେ ବାକି । ୦ ।

 

ଉଡ଼ାଇବି ହିମାଳୟେ ଜୟର ଚିରାଳ

ମାପିଯିବି ସାଗରର ଅତଳ ଭୂତଳ

       ତାରା ତୋଳି ଗୁନ୍ଥିଦେବି ମୁଁ ଗଜରା ମାଳ

       ହରିବି ଜହ୍ନର ମନୁ ପାକ୍ଷିକ ବିକଳ

ଅପବାଦ ବିନା ଏକ

ଗଢ଼ିବି ନବ କୋଣାର୍କ

       ପାଇ ତୁମ ପ୍ରେମ ଝକମକି । ୧ ।

 

ଭାଙ୍ଗିଦେବି ହୃଦୟର ଯେତେ ନିରବତା

କହିଯିବି ଅସୁମାରି ସପନର କଥା

       ଭୋଗିଯିବି ଜୀବନରେ ସବୁ ବାସ୍ତବତା

       ଲେଖିଦେବି ପ୍ରାଣଭରା ଉଚ୍ଛ୍ୱାସ କବିତା

ତୁମ ଭଲ ପାଇବାକୁ

ଚିତା ଯାକେ ଯିବି ନେଇ

       ତୁମେ ଆଗୋ ମନା କରିବ କି ? । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in