Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramit Mohapatra

Others

2  

Pramit Mohapatra

Others

ହାଏରେ ମୋ’ ପାୱାର ଚଷମା – ୯

ହାଏରେ ମୋ’ ପାୱାର ଚଷମା – ୯

1 min
6.9K


ଶୀତର ସକାଳ ପୁଣି କୁହୁଡ଼ି,

ବଡ଼ି ସକାଳରୁ 'ସାଲ୍'ଟେ ଘୋଡ଼ି,

ଟହଲ ମାରେ ମୁଁ ପ୍ରତି ସକାଳେ,

ହୁଏ କି ଯେ ନିଦ ଏ' ବୁଢ଼ା କାଳେ।

ଚାହା କପ୍ ଧରି ପିଣ୍ଡାରେ ବସି,

ଲୋକଙ୍କୁ ଦେଖି ମୁଁ ଦିଅଇ ହସି,

ରାସ୍ତା ଉପରୁ ସେ ରାଧା ମାଉସୀ,

ଗୋଟାଇ ସେ କିଛି ଅଣ୍ଟାରେ ଖୋସି,

ଅଳପ ହସି ଯେ ପସିଲା ଘରେ,

ପାଇଛି ସେ ନୋଟ 'ଦି ହଜାରେ'!

ଘରେ ପସି ଖାଲି କରିଲା ରଡି଼,

ବୋହୁ ତା' କହିଲା ମୁହଁକୁ ମୋଡ଼ି,

''ସକାଳୁ ଦେଖିଲେ ମୁହଁକୁ ମୋର,

ପାଇଗଲେ ନୋଟ୍ ଦି ହଜାର,

ମନ ଦେଖ ଆକାଶରେ ଉଡ଼େରେ,

ଦଶଟି ନୋଟ୍ ସେ ଏକା ସାଥିରେ !!!

ହାଏରେ ମୋହର ଫଟା କପାଳ,

ବଡ଼ି ସକାଳରୁ ମାରି ଟହଲ,

ଟଙ୍କା ବିଡ଼ାଟିକୁ ମୋତେ ନ ଦେଇ,

ଭାଗ୍ୟ ମୋର କାହିଁ ଥିଲୁରେ ଶୋଇ,

ଚାଳିଶିଆ ଆଖି କଲୁରେ କିସ,

କାହକୁ ଭଲା ମୁଁ ଦେବିରେ ଦୋଷ ।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in