Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Inspirational

1.0  

Arun Kumar Mitra

Inspirational

ଆସ ନେବା ଶପଥ

ଆସ ନେବା ଶପଥ

1 min
6.4K


ହେ ନର ଦେବତା, ଆସିଚି ବାରତା

ଆଉ କେଇଟା ଦିନ ବାକି

ଶେଷ ଦିନ ଆସି ପହଁଚିଗଲାଣି

ତାହା କେବେ ଭାବିଛି କି ?

ଜଳ ପ୍ରଦୂଷିତ, ପବନ ଦୂଷିତ

ଉଷ୍ଣତା ଚାଲେ ବଢି

ଶୀତକାଳ ଦିନ ଥଣ୍ଡା ବିହୀନ

ଆସିବ କେମିତି ଫେରି ।

ବରଷାର ଦିନ ବରଷାବିହୀନ

ବଞ୍ଚିବେ କେମିତି ଚାଷୀ

କୁଆଡେ କୁଆଡେ ଘୋର ବରଷାରେ

ସବୁ ତ ଗଲାଣି ଭାସି ।

ପ୍ରକୃତିର ଖେଳ କିଏ ବୁଝି ପାର

ଆସ ଆହେ ବିଜ୍ଞାନୀ

ଆସ ରାଜନେତା, ଦେଶର କରତା

ଆସ ସବୁ ଜ୍ଞାନୀ ଗୁଣୀ ।

ମିଛ ଖେଳ ଛାଡି, ନିଜକୁ ସୁଧାରି

ଆସ ଆମେ ନେବା ଶିକ୍ଷା

ପରିବେଶ ଲାଗି ଚାଲ ଯିବା ମାଗି

ଶପଥର ବାଣୀ ଭିକ୍ଷା ।

ରକ୍ଷା କରିବୁ, ବଣ ଜଙ୍ଗଲ

ଜଳବାୟୁ ପରିବେଶ

ସୁସ୍ଥ ସମାଜ ଗଢି ଦେଇ ଆମେ

ବଞ୍ଚାଇବୁ ମହାଦେଶ ।

ରକ୍ଷା କରିବୁ କୀଟ ପଶୁପକ୍ଷୀ

ବସୁନ୍ଧରାର ମାଟି

ଭବିଷ୍ୟତ ପାଇଁ ଦେବୁ ସଜ କରି

ସୁନ୍ଦର ପରିପାଟୀ ।

ଗଛ ଲଗାଇବୁ, ବଗିଚା କରିବୁ

ଗଢି ଦେବୁ ଆମେ ଜଙ୍ଗଲ

ଫଳେ ଆଉ ଫୁଲେ ଭରି ଯିବ ଦେଶ

ହେବ ଜଗତର ମଙ୍ଗଳ ।

ଆମ ପିଲାପିଲି ସୁଖରେ ରହିବେ

କରିବୁ ହିଁ ସେହି କାମ

କରିବା ଶପଥ ହାତେ ହାତ ରଖି

ବଞ୍ଚାଇବୁ ଧରାଧାମ ।

ଜଗତ ମଝିରେ ଆମେ ଏକ ଜାତି

ଆମେ ହି ଶ୍ରେଷ୍ଠ, ମାନବ

ଆମ ହାତରେ ତ ସବୁ କିଛି ଅଛି

ଆମେ କ’ଣ ନର ଦାନବ ?


Rate this content
Log in

Similar oriya poem from Inspirational