Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

କପୋତ ଗାଇବା ଶୁଣି ପଚାରିଲ

କପୋତ ଗାଇବା ଶୁଣି ପଚାରିଲ

1 min
7.0K


କପୋତ ଗାଇବା ଶୁଣି ପଚାରିଲ

 

ଆଭାକାନ୍ତ ମହାନ୍ତି

 

କପୋତ ଗାଇବା ଶୁଣି ପଚାରିଲ -

       ଜାଣିଥିଲେ କୁହ ରାଜା

ଅନ୍ୟ ପକ୍ଷୀଠାରୁ କପୋତର ସୁର

       କାହିଁକି ଦରଦେ ଭିଜା ? । ୦ ।

 

ବୁଝାଇଥିଲି ଗୋ - ଥରୁଟେ ବିଶ୍ୱାସ

       ହରାଇଥିଲା ସେ ବୋଲି

ଯୁଗାନ୍ତ ପାଇଁକି କୂଳରେ ଥାପିଛି

       ଅନୁତାପ କାନ୍ଦ ଖାଲି

ତୁମେ କହିଥିଲ - ବିଶ୍ୱାସହରାକୁ

       ମିଳିଛି ଠିଇକି ମଜା । ୧ ।

 

ହେଲେ ମୁଁ ବିଶ୍ୱାସ ହାରିନି ତ ତେବେ

       କିଆଁ ମୁଁ ଏକାକୀ କାନ୍ଦେ

ପ୍ରଜାପତି ସାଜି ତୁମେ ଶାନ୍ତି ପାଅ

       ଅନ୍ୟ କା'ର ବାହୁଛନ୍ଦେ

ସେଦିନର ତୁମ ଛଳ ଛୁଆଁ କଥା

       ଆଜି ବି ମୋ ହୃଦେ ତାଜା । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in