Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Comedy

3  

Sarada Parida

Comedy

ଘୁଙ୍ଗୁଡ଼ି

ଘୁଙ୍ଗୁଡ଼ି

1 min
2.6K


ବାବାଙ୍କ ଘୁଙ୍ଗୁଡ଼ି

ମେଘ ଘଡଘଡି

ଶବଦ ରେ ଗଲା

ଛପର ଉଡି ।

ଶବଦରେ ନିଦ

ହଜିଲା ଚେଲାଙ୍କ

ଚେଲା ଚାଲିଗଲେ

ମଠକୁ ଛାଡି ।

ଦେଖି ଏଡେ କଥା

ବାବା ଖାଇଲେ ରଡି

ଓଠ କାମୁଡି

ଦାନ୍ତ ରଗଡି

ଛାଡି ପଗଡି

କରକୁ ଯୋଡ଼ି

କହିଲେ ଚେଲାଙ୍କ

ପାଦରେ ପଡ଼ି

ଆସ ବାହୁଡ଼ି

ଶୋଇବିନି ଆଉ

ମାରି ଘୁଙ୍ଗୁଡ଼ି ।

ଚେଲାଏ କହିଲେ

ଦେଖିବା ହେଉ

ବହିଗଲା ପାଣି

ଲେଉଟି ଯାଉ

କେଡେ କଥା ସିନା

କହିଲ ଆପେ

ଘୁଙ୍ଗୁଡ଼ି କେହୁ

ସାଧିବା ତପେ ।

ଗୁରୁ ଜାଣିଥିଲେ

ଗହନ କଥା

ଅପାନବାୟୁର

ଉଦର ବ୍ୟଥା

ଥାନ ଅଥାନର

ବିଚାର ନାହିଁ

ଛାର ମଣିଷ ବା

ଜିତିବ କାହିଁ ।

ସିନା ଗର୍ବରେ

ଦେଲେ କହି

ଘୁଙ୍ଗୁଡ଼ିକୁ କିବା

ଚିଲମ ଧୂଆଁରେ

ନେବେକି ଆୟତ୍ତ ଦେଇ ।

ଦିନ ଥାଉଁ ସବୁ

ମଣୋହୀ କଲେ

ରାତି ଦି ଘଡ଼ିକି

ବିଛଣା ଗଲେ

ଚେଲା ରହିଲେ

ଜଳକା ହୋଇ

ପେଟକୁ ଫୁଲେଇ

ଘୁଙ୍ଗୁଡ଼ି ମେଲେଇ

ବାବା ପଡ଼ିଥିଲେ ଶୋଇ ।


ଶାରଦା ପ୍ରସାଦ ପରିଡ଼ା


Rate this content
Log in

Similar oriya poem from Comedy