Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

କାଳିଆକୁ ଚିଠିଟିଏ

କାଳିଆକୁ ଚିଠିଟିଏ

1 min
6.9K


ଚିଠିଟିଏ କେବେ ଲେଖିନି କାହାକୁ

    ଏଇ ମୋ ପ୍ରଥମ ଚିଠି,

ସ୍ନେହ, ଭକ୍ତି, ପ୍ରେମ ମିଶାଇ ଲେଖୁଛି

     ଦେଇଥିବୁ ଆଡ଼ ଦୃଷ୍ଟି ।

ଭାବିଛି ଅନେକ କଥା ଜଣେଇବି

 ଶୁଣିବୁ ଧଇର୍ଯ୍ୟ ଧରି,

ଜଗତର ନ୍ୟାୟ ବିଚାରକ ବୋଲି 

 ଗୁହାରୀ ଦେଉଛି କହି ।

ଚକାଆଖି ଖୋଲି ସବୁ ତୁ ଦେଖୁଛୁ

  ମଉନ ରହୁଛୁ କିଆଁ?

ଦୋଷୀ କୁ ତୁ ଦଣ୍ଡ ଦେଇଦେଲେ କିବା

 ନିନ୍ଦା ରଟିବ ଦୁନିଆଁ?

ସୁନ୍ଦର ଗୋଲାପେ ବୃନ୍ତ କଣ୍ଟକିତ

ସାଗରରେ ଲୁଣିପାଣି,

ସୁନ୍ଦର କଣ୍ଠ ଯେ କୋକିଳକୁ ଦେଲୁ

ବିରୂପ ଦେଲୁ ତୁ ଜାଣି।

ଅନ୍ୟାୟ ଅଧର୍ମ ବଢିବଢି ଚାଲେ

 ଦେଖିଶୁଣି ତୁ ନୀରବ ,

ସବଳ ଆଗରେ ଦୁର୍ବଳ ଯେ ଆଜି

ହୋଇଛି ସତେକି ସ୍ତବ୍ଧ ।

 *ପ୍ରଣତି ମହାପାତ୍ର*

  *ବାଲେଶ୍ୱର*


Rate this content
Log in