ଜୀବନ ଗୀତା-୧୭୨
ଜୀବନ ଗୀତା-୧୭୨
1 min
13K
ଜୀବନ ଗୀତା-୧୭୨
ଗୀତା ଷଡ଼ଙ୍ଗୀ
ଜୀବନଟା କେବେ
ମଞ୍ଜୁଳ ଫୁଲର ପସରା,
କେବେ ପୁଣି ସିଏ
ଅଶ୍ରୁଳ ଆଖିର ଅସରା ॥୦॥
ଫୁଲ ଫଗୁଣରେ
ହସୁଥାଏ କେବେ
ଧାରା ଶ୍ରାବଣରେ
କାନ୍ଦଇ ନିରବେ
ଆଖିଲୁହ ସିନା
ଦେଖେନା ଦୁନିଆ,
ଅନ୍ତରେ ଲୁହର ଫୁଆରା ॥୧॥
ଚଇତି ପବନ
ଛୁଇଁ ଦେଇଯାଏ
ବୈଶାଖୀ ତାତିରେ
ପୁଣି ଜଳୁଥାଏ
ମନହୃଦ ସିନା
ତଥାପି ବୁଝେନା
ସହିସହି ଦେହ ଘଷରା ॥୨॥
*****