ବାଲ୍ୟକାଳ
ବାଲ୍ୟକାଳ
1 min
241
ଆରେ ଚିନୁ ଆମେ ମିଶି ଖେଳିବା
ଟାୟାର ଗଡେଇ ଆଗେ ଦୌଡ଼ିବା
ଏହି ବୟସଟା ଖେଳିବା ପାଇଁ
ଆମେ ଆଉ କେବେ ଲଢ଼ିବା ନାହିଁ
ସମୟ ଯେ ବଳବାନ ଅଟଇ
ଏହି ବୟସକୁ ନେବ ଚୁରାଇ
ପାଠ ପଢ଼ାରେ ତ ବ୍ୟସ୍ତ ରହିବା
ଖେଳିବାକୁ ସମୟ କାହିଁ ପାଇବା
ସଂସାରରେ ବାନ୍ଧି ହୋଇବା ଯାଇ
ବାଲ୍ୟକାଳ ଆଉ ପାଇବା ନାହିଁ
ସମୟ କାଟିବା ଖେଳ କୁଦରେ
ଭୁଲି ଯିବା ନାହିଁ ଥିଲେ ଦୂରରେ