ମାନସ ସନ୍ତାନ
ମାନସ ସନ୍ତାନ
1 min
213
ଅକ୍ଷରକୁ ନେଇ ଶବ୍ଦ, ପୁଣି ଶବ୍ଦର
ସମାହାରରେ ତୋର ସୃଷ୍ଟି,
ମନର ଭାବ ଓ ହୃଦୟର ଭାଷାର
ସମ୍ମିଶ୍ରଣରେ ତୋର ସୃଷ୍ଟି।
ଭାବ ଭାଷାକୁ ସଜାଇବାରେ
ମୁଁ କେବଳ ମାଧ୍ୟମ ,
ରଙ୍ଗ, ରସ,ଛାନ୍ଦ ଭରି ଗଢିଥାଏ
ପାଳି ମୋ ଧର୍ମ।
ଅବ୍ୟକ୍ତ ଭାବନା ସବୁ ଉବୁଟୁବୁ ହୁଏ
ମୋ ମନ ଆଇନାରେ,
ମନ୍ଦ ମଧୁର ମଳୟ ବହୁଥାଏ
ସଦା ମୋ ହୃଦକନ୍ଦରେ।
ସବୁ ଗୁଡା ଫେଣ୍ଟାଫେଣ୍ଟି କରି
ଗୋଟିଏ ଡାଳରେ।
ଗୁନ୍ଥାଗୁନ୍ଥି କରିଦିଏ କେତେ
ଆବେଗରେ,
ନାଁ ନେଇଯାଏ ସିଏ ମୋ
କବିତା ରୂପରେ।
ମୋ ମାନସ ସନ୍ତାନ ସିଏ ସୁଖ
ଦୁଃଖର ତ ସାଥି,
ନିରାଶ ହତାଶା ବେଳେ
ପାଶେ ଥାଏ ନିତି।
ପ୍ରଣତି ମହାପାତ୍ର
ବାଲେଶ୍ଵର