Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଛାଡ଼ ! ଏ ଜାତି ତୋ ରକ୍ତଚରିତ

ଛାଡ଼ ! ଏ ଜାତି ତୋ ରକ୍ତଚରିତ

1 min
13.3K


ଜାତି- ତୁ କେବେଠୁ ଆସିଲୁ,

ଆମ ମଧ୍ୟକୁ ଜାଣେନା ମୁଁ ତୋ ପରିଚୟ,

ମତେ ଯଦି ତୁ ମାଗିବୁ

ତୋ ପରିଚୟ

ମୁଁ କହିବ ତୁ ଯାହା ଅତି ନିଶ୍ଚିତ,

ନିର୍ମମ ଭାବେ ଆମୁକୁ ବାଣ୍ଟିଲୁ ,

ତୋ ପଶା କାଠିରେ ଖେଳିଲୁ,

ଖେଳୁଛୁ ବି ଏ ଯାବତ,

ତତେ ନେଇ ଚାଲିଛି

ଆଜିର ରାଜନୀତିର ମାପଦଣ୍ଡ ।

ଆଉ

ରକ୍ତ ଚରିତ ଖାଲି ରକ୍ତ ଚରିତ

ଘରେ, ଦାଣ୍ଡେ, ସୀମାନ୍ତେ,

ଦିନ, ସନ୍ଧ୍ୟା, ରାତି, ମାସ, ବର୍ଷ,

ଆବାଳ ବୃଦ୍ଧା,ବନିତା,

ବସ୍ତି,ଗାଁ, ସହର,ରାଜ୍ୟ,ଦେଶ

କେହି ପଡି ନାହାନ୍ତି ବାଦ

ସମସ୍ତଙ୍କୁ ଭାଙ୍ଗିଲୁ ,

ଭାଙ୍ଗି ଚାଲିଛୁ,

ବୋଧେ ଚାଲି ଥିବୁ

ଆଉ କେତେ ଦିନ । (୧)

ଆଜିର ଯୁବ ପ୍ରାଣ

ମୁଁ କିନ୍ତୁ ଭିନ୍ନ

ଯଦି ଅପଣେଇ ଚାଲିବି,

ହିନ୍ଦୁ, ମୁସଲିମ, କାୟସ୍ତ, ବୌଦ୍ଧ

ସବୁ ଧର୍ମର ମୁଳ ମନ୍ତ୍ର,

ସତ୍ୟ, ଅହିଂସା, ଆଉ ପ୍ରେମ, କରୁଣା,କ୍ଷମା, କଣ ?

ମତେ ହତ୍ୟା କରିବୁ

ଆଉ ଲେଖିବୁ

ଆଉ ଏକ ରକ୍ତ ଚରିତ

ଯୁପ କାଠରେ

ମୋ ରକ୍ତ କହିବ ତମକୁ

ବଞ୍ଚିବାକୁ ଚାହେଁ

ମତେ ବଞ୍ଚିବାକୁ ଦିଅ

 ଏ ରୂଢ ଜାତିଆଣଭାବ

 'ଛାଡ ! ଏ ଜାତି! ତୋ ରକ୍ତଚରିତ।


Rate this content
Log in