Audio

Forum

Read

Contests

Language


Write

Sign in
Wohoo!,
Dear user,
ଛୋଟ ଝରଣା
ଛୋଟ ଝରଣା
★★★★★

© Sujat Kumar Sahoo

Tragedy

1 Minutes   6.8K    8


Content Ranking

ମୁଁ ଛୋଟ ଝରଣାଟିଏ ଝରିବାକୁ ଚାହେଁ,

ମୋତେ କିମ୍ପା ତୁମେମାନେ ଦେଉଅଛ ବାଧା..?

କି-ବା କରିଛି ମୁଁ ଦୋଷ ତୁମର..?

କି ଅଭିଯୋଗ ଅଛି ମୋ ନାମେ କାହାର ?

ମୁଁ ତ ଚାଲି ଯାଉଥିଲି....

ମୋ ଟିକି ରାସ୍ତାରେ,

ସରୁ... ଅଣ ଓସାରିଆ....

ଖାଲ ଢିପ ପୁଣି ପାହାଡିଆ ପରେ ।

କଣ ବା କରିଥିଲି ତୁମର ?

ମୋତେ ବାନ୍ଧି ଦେଉଛ ?

ମୁଁ ଏକ ଅଶାନ୍ତ ପ୍ରହେଳିକା,

ସେଥିରେ ପୁଣି ତୁମର କି.... ଅଭିଯୋଗ ?

ମୁଁ ଛୋଟ ଝରଣାଟିଏ,

ଝରି ଝରି ଯାଉଥିଲି ଚାଲି,

ମୋ ଅଙ୍କା ବଙ୍କା ରାସ୍ତାରେ... 

ବାନ୍ଧିଦେଲେ ବାନ୍ଧି ଦିଅ ମୋତେ,

ଦୁଃଖ ନାହିଁ ସେଥିରେ......

କିନ୍ତୁ ହେ... ବନ୍ଧୁ....

କର ନାହିଁ ମୋ ଅଙ୍ଗକୁ,

ଟିକ-ଟିକ ଛୋଟ ଏକ,

ତୀକ୍ଷ୍ଣ ଛୁରୀକାରେ....

ତୁମେ ପରା ସକଳେ ମୋହର,

ପିତା-ମାତା-ଭାଇ-ବନ୍ଧୁ,

ସଖା ପୁଣି କିଏ ସହୋଦର.....।

ହେଲେ.... 

ୟେ ସବୁ.... କାହିଁକି.. ?

ସ୍ୱାର୍ଥ.. ସ୍ୱାର୍ଥ... !!!

ବାଃ କି ଚମତ୍କାର.... 

ମାନ ମହତର ପୋଷାକ ତଳେ,

ତୁମ ମାନଙ୍କ ପରି ପିଶାଚ !!!

ହେ ପ୍ରଭୁ....ରକ୍ଷା କର ତୁମେ... 

ମୁଁ ଝରିବାକୁ ଚାହେଁ,

କୁଳୁକୁଳୁ ଗୀତ ଗାଇ ଗାଇ.....।

-------------------------------------------------

କବିତାଟି ଛୋଟ ଶିଶୁ ମାନଙ୍କ ପ୍ରତି

--------------------------^^^^----------ସୁଜାତ-----

ଝରଣା ଗୀତ ବାଧା

Rate the content


Originality
Flow
Language
Cover design

Comments

Post


Some text some message..