Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JitendraNath Gahir

Inspirational

5.0  

JitendraNath Gahir

Inspirational

ମୌସୁମୀ

ମୌସୁମୀ

1 min
6.9K



ସତରେ ତୁ କଣ ଆସୁଛୁ

ଆ ମୁଁ ତତେ ଆଁ କରି ଅନେଇ ରହିଛି

ତୋ ଫେରିବା ବାଟ କୁ ଚାହିଁ,

ଆଠ ମାସ ଧରି ଚାତକ ପରିକା

ଭିଜିବା ଆଶାରେ ତୋ ବାଟ ଜଗିଛି

ଭିଜି ଟିକେ ଓଦା ହେବା ପାଇଁ ।1।


ତୋ ଛୁଆଁରେ କେଜାଣି କାହିଁକି

ହୃଦୟରେ ଫୁଟେ ମୋର

ସମ୍ମୋହନର ମିଠା ବାସ୍ନା,

ମନଭରି ଶୋଷିନିଏ ସବୁ ତକ

ରିମଝିମ ବର୍ଷାର ଗଜଲକୁ

ସେଇଦିନ ହୋଇ ବାଟବଣା ।2।


ଚୁପ ହୋଇ ଯାଏ ମୋର ଉତ୍ତପ୍ତ ହୃଦୟ

ମାହୁଲ ଲାଗେ ସତେ

ଆକାଶର ଇନ୍ଦ୍ରଧନୁ ସମ,

ରାତି ବି ଝୁମିଯାଏ

ଝିଙ୍କାରୀର ରିଂ ଝିଂସୁରେ

ଗୁଣୁଗୁଣୁ ଗୀତ ଗାଇ ତୁମ ।3।


Rate this content
Log in