Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Others Abstract

2  

Sanjay Kumar

Others Abstract

ସମର୍ପଣ

ସମର୍ପଣ

1 min
1.3K


             
ଜନମ ଦିନରେ      ଭାବିଲି ମୁଁ
ଦେବି କିଛି ଉପହାର ।
ଯାହା ମୁଁ ଧରିଲି      ଏ ବିଶ୍ୱ ବ୍ରହ୍ମାଣ୍ଡୁ
ସବୁ ଥିଲା ତୁମର ॥

ଖୋଜି ଖୋଜି ମୁଁ      ଖାଲିହାତରେ
ପହଞ୍ଚିଲି ତୁମ ଦ୍ୱାର ।
ସେଠି ବୁଝିଗଲି      କାହିଁକି ରଖିଛ
ଖୋଲା ମେଲା ତୁମ ଘର ॥

ନିଜର ମୂରତି      ନିଜେ ଗଢ଼ିଦେଲ
ନିହାଣ ମୂନରେ ।
'ଗୀତଗୋବିନ୍ଦ'କୁ      ପୂର୍ଣ୍ଣରୂପ ଦେଲ
ଜୟଦେବ ରୂପରେ ॥

ସୁଦାମର ଖୁଦ      ବିଦୁର ପଖାଳ
ଖାଇଥିଲ ଶରଧାରେ ।
ଦାସିଆ ନଡ଼ିଆ      ଲାଗିଲା ବଢ଼ିଆ
ନେଇଗଲ ସରାଗରେ ॥

ହାତୀବେଶରେ      ଦେଖାଦେଇଥିଲ
ଗଣପତି କଥାରେ ।
ବଡ଼ଦାଣ୍ଡଟାରେ      ଅଟକି ରହିଲ
ସାଲବେଗ ଭାବରେ ॥

ଦ୍ରୌପଦୀ ଯେବେ      ଆତୁରେ ଡାକିଲେ
ଦେଇଥିଲ କୋଟି ବସ୍ତ୍ର  ।
ଗଜରାଜ ଯେବେ      ଶରଣ ପଶିଲେ

କରିଦେଲ ଉଦ୍ଧାର  ॥

ଜାତି ଧର୍ମ ବର୍ଣ୍ଣ      ଭିନ୍ନତା ରଖିନ
କରୁଣା ତୁମ ଅପାର ।
କରମେ ଧରମେ      ସମର୍ପିତ ହେଲେ
ତୁମେ ତାକୁ ଆଦର ॥

*****


Rate this content
Log in