Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା - ୨୧୫

ଜୀବନ ଗୀତା - ୨୧୫

1 min
13.6K


ଜୀବନ ଗୀତା - ୨୧୫

ଗୀତା ଷଡ଼ଙ୍ଗୀ

ଜୀବନ ଦୁର୍ଲଭ ପୂତ ଅନୁପମ
ନାହିଁ ତାହାର ତୁଳନା,
ଜୀବନ ତ ପୂର୍ଣ୍ଣ, ସ୍ୱୟଂ ସେ ସଂପୂର୍ଣ୍ଣ
ନାହିଁ ତାହାର କଳନା ॥୦॥

ଇତିହାସ ସାକ୍ଷୀ ଜୀବନର ଧାରା
ନିରବଚ୍ଛିନ୍ନ ଚାଲିଛି ବହି,
ଯୁଗ ପରେ ଯୁଗ ବିତିଯାଉଅଛି
ଅଟକି ସିଏ ରହିନି କାହିଁ,
ଜୀବନ ସୁନ୍ଦର, ସତ୍ୟର ସେ ଧାର
ନାହିଁ ଟିକିଏ ଛଳନା ॥୧॥

ପୁଲକିତ ପ୍ରାଣ ମାଟିର ଛୁଆଁରେ
ମହୁଆ ମହକ ଯାଏ ପାଇ,
ମାଟିମା' ସାଥିରେ ଯୋଡିହୋଇ ଥିଲେ
ଛିନ୍ନମୂଳ କେବେ ହୁଏନାହିଁ,
ତା ପାଇଁ ବୁକୁର ଅମୃତର ଧାର
ବହଇ ହୋଇ ଝରଣା ॥୨॥

*****


Rate this content
Log in