ମୋକ୍ଷ ପଥ
ମୋକ୍ଷ ପଥ
ବଂଶୀଧର ଷଡଙ୍ଗୀ
ଜନମଠୁ ଆଜିଯାଏଁ
ଯେତେ ଦୂର ପାରିଛି
ତୁମ କଥା ହିଁ ଭାବିଛି l
ଭଜନ, କୀର୍ତ୍ତନ, ଶ୍ରବଣ
ନୃତ୍ୟ, ଦର୍ଶନ କରୁଛି,
ନଈ, ସମୁଦ୍ରରେ ମିଶି
ଲବଣାକ୍ତ ହେଲl ଭଳି
ମୋ ଆତ୍ମl ପରମାତ୍ମlରେ
ଲୀନ ହେବାର କଳ୍ପନା କରିଛି l
କେତେ ପାପ କାରିନି ଯେ
ଦେଉଳ ତୋଳିଲି, ପୋଖରୀ ଖୋଳିଲି
ବୃକ୍ଷରୋପଣ କରି, ପାନ୍ଥଶାଳା ବନାଇ
ଦାନ, ଧର୍ମ,ହୋମ, ଯଜ୍ଞ କରି
ବଳି, ବ୍ରlହ୍ମଣଙ୍କୁ ଭୋଜନରେ ତୋଷିଲି
ଶ୍ରାଦ୍ଧ, ତର୍ପଣ, ବସୁଦେବରେ
ପିତୃପୁରୁଷେ ତୋଷିଲି
ତଥାପି, ମୋ ଭକ୍ତି ମୂଲ୍ୟ
ତୁମ ମୂର୍ତ୍ତି ସମୀପେ
ଦହନ ଜ୍ଵlଳାରେ ହୋଇଗଲା
ରକ୍ତ ରଙ୍ଗ ନାଲି l
ସତ୍ତlହୀନ ପୁରୁଷ ହେ
ଆଶା ଆକାଂକ୍ଷା କ’ଣ
ସତେ ପୂରଣ ହେବକି ?
ନା, ନିର୍ମିତ କୁଣ୍ଡରେ
ଆକାଶରୁ ମାଛ ଆଖିକୁ
ନିରେଖି ନିରେଖି ରହିଥିବି କି ?