Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3  

Jagabandhu Sahu

Others

ଗାଆଁ ଶ୍ମଶାନ

ଗାଆଁ ଶ୍ମଶାନ

1 min
5.6K


ଏନ୍ତୁଡି ଶାଳରୁ ଜୀବନର ନଈ

ବହେ ଚିରସ୍ରୋତା ହୋଇ

ଶେଷ ହୋଇଥାଏ ଚିରସ୍ରୋତା ଧାର

ଶ୍ମଶାନ ଭୂଇଁରେ ଯାଇ


ଅଭିନୟ କେତେ କରୁଥାଉ ଆମେ

ଏଇ ରଙ୍ଗମଞ୍ଚ ପରେ

ସବୁ ରଙ୍ଗ ଢଙ୍ଗ ଛାଡି ଏ ସଂସାରେ

ଫେରନ୍ତି ଶ୍ମଶାନ କୋଳେ


ସତ୍ଯ ଏ ଶ୍ମଶାନ ଭାଙ୍ଗେ ଆତ୍ମ ଗର୍ବ

କରିଯେ ମୁଠେ ପାଉଁଶ

ତା ପାଖେ ନେବାକୁ ଲୋଡା ପଡିଥାଏ

ଶେଷରେ ଛଖଣ୍ତ ବାଉଁଶ


ଜନମ ତ ସତ ମରଣ ବି ସତ

ସତ ଏ ଶ୍ମଶାନ ଭୂଇଁ

ଫେରୁଥାନ୍ତି ଆମେ ତାହାରି କୋଳକୁ

ରାମ ନାମ ସତ୍ଯ ଗାଇ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in