Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୬

ବେସୁରା ଗୀତି-୭୧୬

1 min
6.4K


ବେସୁରା ଗୀତି-୭୧୬

 

ସତେ କଣ ବର୍ଷା ଫେରିଗଲ ତୁମେ

ଆଉ ତ ବରଷୁ ନାହଁ

ଆଖିର ଲୁହରେ ଭିଜୁଛି କେ ଏଠି

ଥରୁଟିଏ ଦେଖିଯାଅ  ॥

ତୁମକୁ ଅପେକ୍ଷା କରି କରି କେତେ

କାଟି ନିଦ୍ରା ହୀନ ରାତି

ବସିଥିଲା ଯିଏ ଝାଞ୍ଜି ସହି ସହି

ପଥର କରି ତା ଛାତି  ॥

ସବୁ ପ୍ରତୀକ୍ଷାର ଅନ୍ତ କରି ତୁମେ

ଝର ଝର ଗଲ ଝରି

ଶୀତଳ କରିଲା କେତେ ଯେ ପରାଣ

ତୁମରି ଶୀତଳ ବାରି  ॥

କେଉଁଥି ପାଇଁକି ଜାଣି ମୁଁ ପାରୁନି

ଜଳୁଥିଲା ଗୋଟେ ପ୍ରାଣ

ଦେବା ପାଇଁ ତାକୁ ପୀରତିର ଛୁଆଁ

ଭୁଲିଗଲା ତୁମ ମନ  ॥

ବରଷା ଗୋ ପୁଣି ବରଷି ଯାଅ ଲୋ

ଦିଅ ତାକୁ ପ୍ରୀତି ଛୁଆଁ

ଶୀତଳ କର ତା ଦେହ ମନ ପ୍ରାଣ

ଲିଭାଅ ହୃଦୟ ନିଆଁ  ॥


Rate this content
Log in