Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Inspirational

3  

Sagar Pradhan

Inspirational

ମା' ପରି ନାହିଁ କେହି

ମା' ପରି ନାହିଁ କେହି

1 min
6.8K


ସନ୍ତାନ ଜନମ ପାଇଁ

ସକଳ ଯନ୍ତ୍ରଣା ନିଜେ ସହି ଯାଏ

ଧରିତ୍ରୀ ପରିକା ସେହି

ମା ପରି ନାହିଁ କେହି!

ଉଦର ବକ୍ଷକୁ ଚିରି

ବୁହାଇ ଦିଅଇ ଅମୃତର ଧାର

ସନ୍ତାନର ତୃଷ୍ଣା ପାଇଁ

ମା’ ପରି ନାହିଁ କେହି!

ନିଜେ ରହି ଉପବାସ

ସନ୍ତାନ ମୁଖରେ ଦିଅଇ ଆହାର

ଦିବା ନିଶି କଷ୍ଟ ସହି

ମା’ ପରି ନାହିଁ କେହି!

କରେ ନାନା ପୂଜା ବ୍ରତ

ସନ୍ତାନ ମଙ୍ଗଳ କାମନା ସକାଶେ

ନିଜେ ଉପବାସ ରହି

ମା’ ପରି ନାହିଁ କେହି!

ଶୋଇଗଲେ ତାର କୋଳେ

ହାତେ ମିଳିଯାଏ ସରଗର ସୁଖ

ତାହାରି ତୁଳନା ନାହିଁ

ମା ପରି ନାହିଁ କେହି!

ଗଲେ ଘର ଠାରୁ ଦୂରେ

ଫେରିବା ବାଟକୁ ଚାହିଁ ରହିଥାଏ

ଚାତକ ପରିକା ସେହି

ମା’ ପରି ନାହିଁ କେହି!

ତାର ପାଦ ଦେଲେ ଛୁଇଁ

ସବୁ ଦୁଃଖ କଷ୍ଟ ଯାଏ ବହୁ ଦୂରେ

ନିମିଷେ ଯାଏ ଦୂରେଇ

ମା’ ପରି ନାହିଁ କେହି!

ସାରା ସଂସାର ବୁଲିଲେ

ସବୁତ ମିଳିବ ମା କୁ ଛାଡି ଦେଇ

ତା ମମତା ତୁଳନା ନାହିଁ

ମା ପରି ନାହିଁ କେହି!

ମାଆର ବାର୍ଦ୍ଧକ୍ୟ କାଳେ

ରହିବା ତା’ର ସାଥିରେ ସାଥି ପରି

ଆଶା ବାଡ଼ିଟିଏ ହୋଇ

ମା ପରି ନାହିଁ କେହି।

ସାଗର ପ୍ରଧାନ ,ଗଞ୍ଜାମ


Rate this content
Log in

Similar oriya poem from Inspirational