ପବନ ରାକ୍ଷସ ଫନିର ଚେତାବନୀ
ପବନ ରାକ୍ଷସ ଫନିର ଚେତାବନୀ
ମୁଁ ଫନି, ପବନ ରାକ୍ଷସ
ପଞ୍ଚ ଭୂତର ଶକ୍ତିଶାଳୀ ଚିଜ
ସୃଷ୍ଟି କରେ ଝଡ଼ି ବତାସ
ନର କହେ ଆମେ ଅଟୁ ଦୃଢ
ପ୍ରକୃତି ଗଢିଲା ପାବନ ରାକ୍ଷସ
ଆପେ ସ୍ରୁଷ୍ଟି ହୁଏ ଘୂର୍ଣ୍ଣି ଝଡ଼
ପ୍ରକୃତି ନିୟମ କଲେ ପଣ୍ଡ
ଉତ୍ତାପ ବଳୟ ସୃଷ୍ଟି କରେ ତାକୁ.
ଉର୍ଦ୍ଧକୁ ଉଠଇ ଟେକି ମୁଣ୍ଡ
ସାଗର ବକ୍ଷରେ ହେଲା ଉଦ
ଧିରେ ଧିରେ ତାର ଶକତି ବଢୁଛି
ପଞ୍ଚ ଭୂତ କଲେ ଆଶୀର୍ବାଦ
ସୂର୍ଯ୍ୟ ଦେବ କଲେ କରୁଣା
ଉତ୍ତପ୍ତ ରଶ୍ମି ଢାଳିଲେ ସାଗରେ
ସାଉଁଟିଲା ଯେତେ ଜଳ କଣା
ଶକ୍ତି ଦେଲେ ଭାତୃ ଅଣଚାଶ
ଶୂନ୍ୟ ସ୍ରୁଷ୍ଟି କରି ଉର୍ଦ୍ଧକୁ ଠେଲି ଲେ
ଘୂରାଇଲେ ତାକୁ ଚତୁପାର୍ଶ୍ଵ
ଜଳ କଣା ଖାଇ ହେଲା ପୁଷ୍ଟ
ଶକ୍ତିଶାଳୀ ହୋଇ ବାଳୁତ ଜ୍ଞାନରେ
ଭଉଁରୀ ଖେଳିଲା ହୋଇ ଦୁଷ୍ଟ
ବେଳୁ ବେଳ ଗତି ଗଲା ବଢି
ସାଗର ବେଳାରୁ ଜଳକଣା ନେଇ
ଆଗକୁ ଆଗକୁ ଗଲା ମାଡି
ଯୁବ ସୁଲଭର ବୁଦ୍ଧି ମତ୍ତ
ବହୁ କୁ ପ୍ରସାରୀ ସାଗର ବକ୍ଷରେ
ତିଆରି କରିଲା ଅବପlତ୍ତ
ତାକୁ ଦେଖି ଜନେ ହେଲେ କାବା
ତା ଗତି କୁ ରୋଧୀ ନ ପାରିବେ ଭାବ
ଡ଼ାକ ଇଲେ ତାଙ୍କ ରାଜସଭା
କର୍ମଚାରୀ ଯେତେ କଲେ ମେଳ
ଖାଦ୍ୟ, ପାନୀୟ, ସାଜ ସରଞ୍ଜାମ
ସଂଗ୍ରହ କରି କଲେ ଠୁଳ
ମୁକାବଲା ପାଇଁ ଅଣ୍ଟା ଭିଡ଼ି
ବେ ସାହାରା ଜନେ ସାଉଁଟି ଆଣିବେ
ପିଣ୍ଡରୁ ପ୍ରାଣ ନ ଯାଉ ଛାଡି
ଗର୍ଜି କହେ ଫନି ମୂଢ ଜନେ
ପ୍ରକୃତି ସୁରକ୍ଷା ନ କରୁଛ କେହି
ବଡ଼ ବୋଲାଉଛ ମନେ ମନେ
ଭାବୁଛ ପ୍ରକୃତି ନିର୍ବଳ
ପାବନ ରାକ୍ଷସ ସୃଷ୍ଟି କଲାଣି
ଭାଙ୍ଗିଦେବ ତୁମ ସବୁ ବଳ
ମୂଢ ମତି ସେହି ବିଜ୍ଞାନ
ପ୍ରକୃତି ଙ୍କୁ ଏବେ ବିଷାକ୍ତ କଲାଣି
ଉଦ୍ଭାବନ କରି ରସାୟନ
ନ ମାନି ପ୍ରକୃତି ସନ୍ତୁଳନ
ଶଙ୍କର ଜୀବଙ୍କୁ ସ୍ରୁଷ୍ଟି କଲାଣି
ବିଜ୍ଞାନ କହେ ମୁଁ ଭଗବାନ
ବଦଳି ଗଲାଣି ପ୍ରକୃତି
ରୁତୁ ଚକ୍ରରେ ପରିବର୍ତ୍ତନ
ଅଋତୁରେ ବୃକ୍ଷ ଫଳ ବତୀ
ପଞ୍ଚ ମହାଭୂତ୍ ପଞ୍ଚ ଭ୍ରାତା
ରସାୟନ ରେ ଡହକ ବିକଳ
ଲୋପ ହେଲା ତାଙ୍କ ଗୁଣ ବତ୍ତା
ଏ ଧରା ପୃଷ୍ଟର ଯେତେ ଜୀବ
ରସାୟନ ବଳେ ଶରୀରେ ତାଙ୍କର
ସ୍ରୁଷ୍ଟି ହେଲା ନୂଆ ନୂଆ ରୋଗ
ଖାଦ୍ୟରେ ପେଶୀଲେ ରସାୟନ
ଶରିର ମଧ୍ୟରେ ନାନା ରସାୟନ
ଅହରହ କଲେ ବିଘଟନ
ମାନବ ଅହିତ ମନେ ଚିନ୍ତି
କାଳ ଭୈରବ ରୂପ ଧରି ଫନୀ
କହେ ମନିଷ ଙ୍କ ନାହିଁ ମୁକ୍ତି
ଶକ୍ତି ଥିଲେ କର ପ୍ରତିରୋଧ
ଚୁର୍ ମାର କରି ଭାଙ୍ଗି ଦେବୀ ତୁମ
ଯତ୍ନ ନିର୍ମାଣିଛ ଯେତେ ସୌଧ
ବୃକ୍ଷ ମୂଳ ଦେବୀ ଦୋହୋଲାଇ
ପ୍ରଖର ବେଗରେ. ମାନବ ସମ୍ବଳ
ଯେତେ ସବୁ ହେବ ଧରା ଶାୟି
ପ୍ରତି ବରଷ ମୁଁ ଆସୁଥିବି
ଶ୍ରେଷ୍ଟ ପ୍ରାଣୀ ଏହି. ମଣିଷ ଜାତିକୁ
ଚେତାବନୀ ଦେଇ ଯାଉଥିବି
ସେତେ କାଳ ଯାଏ ଆସୁଥିବି
ଯେତେ କାଳ ଯାଏଁ. ଏ ମହୀ ମଣ୍ଡଳେ
ପ୍ରକୃତି ବିଲୟ ଦେଖୁଥିବି ।