Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆସକ୍ତି

ଆସକ୍ତି

1 min
7.0K


ଆଖିରେ ସପନ ଦେଖିବାକୁ କେହି

ମନା କେବେ କରିନାହିଁ

ତଥାପି ଲୁହର ଝରଣା ଝରଇ

ବହିଯାଏ ହୋଇ ନଈ

ଦୁଃଖ ସହସ୍ର ମନରୁ ପ୍ରସରି

ହୃଦୟକୁ ଯାଏ ଛୁଇଁ

ହୃଦୟ ବାହାରୁ ଆଖିର ଲୁହରେ

ଅବିରତ ଯାଏ ବହି

ସୁଖ ନ ମିଳୁ ଜୀବନେ

ଚିନ୍ତା ମୋ ନାହିଁ ଜମା

ପ୍ରେମ ମିଳୁଥିଲେ ପ୍ରେମ ବିନିମୟେ

ପ୍ରେମରେ ନଦେବି କମା

ଭଲପାଇବାକୁ ଚାହେଁ ଏ ସୃଷ୍ଟି

ପଶୁ ପକ୍ଷୀ ବୃକ୍ଷ ଲତା

ନର ନାରୀ କୀଟ ପତଙ୍ଗ ସମସ୍ତ

ସଞ୍ଚାରି ମଧୁରତା

ପୋଛିବାକୁ ଚାହେଁ ଦୁଃଖୀ ଆଖି ଲୁହ

ସାମର୍ଥ୍ୟ ଥାଉ ନ ଥାଉ

ପର ପାଇଁ ପ୍ରାଣ ଦେବାରେ କାର୍ପଣ୍ୟ

ସାମାନ୍ୟ ବି ନାହିଁ ରହୁ

ସୁଖ ସାଗରରୁ ଭାସୁଥାଉ ଧରା

ଶାନ୍ତିର ମଳୟରେ

ମୋହନ କରୁଣା ଝରୁଥାଉ ଚରି

ପ୍ରେମସିକ୍ତ ଆସକ୍ତିରେ ।


Rate this content
Log in

Similar oriya poem from Classics