Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutlata Das

Fantasy

3  

Bidyutlata Das

Fantasy

ସଜଡ଼ା ନଈର ଉଜୁଡା ତୁଠ

ସଜଡ଼ା ନଈର ଉଜୁଡା ତୁଠ

1 min
95


ସଜଡ଼ା ନଈର ଉଜୁଡା ତୁଠ ମୁଁ

ଉଜାଣି ସୁଅରେ ଯାଇଛି ହଜି

ଦରଦୀ ନାଉରି ଉଦାସ ଓଠରୁ

ଚେନାଏ ମଧୁର ସପନ ଖୋଜି ।

ଅଜଣା ଭଉଁରୀ ଅଦେଖା ଅନ୍ଧାରେ

ହଜିଛି ମରମ ,ଜଳନ୍ତା ଜୁଇ

ଅଲୋଡ଼ା ଲହରୀ ଅପୋଡା ଭୂଇଁରେ

ମଜିଛି ମରମେ ବଞ୍ଚନା ନେଇ

ମମତା ପ୍ରଦୀପ ଲିଭି ଯେ ଯାଇଛି

କାଳ ବଇଶାଖୀ ସୋହାଗେ ଭିଜି।

ମଉନେ ମରିଛି ଉପାସୀ ମରମ

ନିରବେ ଝୁରିଛି ଖିଆଲୀ ଆଖି

ଅକୂଳେସରିଛି ଆଶା ଅଭିସାର

ସାକ୍ଷୀ ଯା ରଖିଛି ପରାଣ ପକ୍ଷୀ

ଆଉ କି ବା ଅଛି ବାକି କହ ବନ୍ଧୁ

ଆଗାମୀ ପାଇଁ କି ବସିବି ସାଜି ।


Rate this content
Log in