Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୪୮

ବେସୁରା ଗୀତି-୭୪୮

1 min
6.9K


ବର୍ଷା ଗୋ ତୋର ନହୁଲି ପାଦର

ରିମ ଝିମ ଶବ୍ଦ ଶୁଣି

ହସ ଉଠୁଥିଲା ଆକାଶେ ବିଜୁଳି

ଲୁଚିଥିଲେ ଦିନମଣି ॥

ତୋ ଆଖିରୁ ଯେବେ ଝରିଗଲା ଲୁହ

ଶୀତଳ ହୋଇଲା ପ୍ରାଣ

ସବୁଜ ଶାଢୀଟେ ପିନ୍ଧିଲା ଧରଣୀ

କଲା ତୋର ଆବାହନ ॥

ବିରହୀ ପ୍ରାଣର ବିରହ ସଙ୍ଗୀତ

ଶୁଣୁଥିଲୁ କାନ ଡେରି

ମହମ ପରି ତୁ ତରଳି ଗଲୁ ଲୋ

ଆକାଶରୁ ଗଲୁ ଝରି ॥

ତୁ ପରା ଅଟଉ ଅତି ଅଭିମାନୀ

ମିଛୁଟାରେ ରାଗିଯାଉ

ରାଗ ଗର ଗର ହୋଇଲୋ ବରଷା

ଦିନ ରାତି ବର୍ଷୁ ଥାଉ ॥

ରାଗ ଅଭିମାନ ଛାଡି ଦେଇ ଆଜି

ଖୁସିରେ ବରଷି ଯାଆ

ସଭିଏଁ ଲଭନ୍ତୁ ଶାନ୍ତି ତୋ ପରଶେ

ହଜୁ ଯେତେ ମିଛ ମାୟା ॥


Rate this content
Log in

Similar oriya poem from Fantasy